//BREAKING//
Loading...

ତୀର ମାଡରେ ଲକ୍ଷ୍ମଣ ଗୁରୁତର ତୀର ମରା କାରଣ ଅସ୍ପଷ୍ଟ


ଦେଶଦୁନିଆ ଖବର24 :
ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ନାୟଗୁଡା ପଞ୍ଚାୟତର ପାକନାଗୁଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଜଣେ ଗ୍ରାମବାସୀଙ୍କ ତୀର ମାଡରେ ଆଉ ଜଣେ ଗ୍ରାମବାସୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛି। ଘଟଣା ଅନୁଯାୟୀ ଆଜି ଅପରାହ୍ନ ୩ଟା ବେଳେ ସ୍ଥାନୀୟ ଗ୍ରାମବାସୀ ଲକ୍ଷ୍ମଣ ଗୌଡ ନିଜ ପିଲାଙ୍କୁ ସ୍କୁଲରେ ଛାଡି ଘରକୁ ଫେରୁଥିବା ବେଳେ ହଠାତ୍ ଗ୍ରାମର ବିଶ୍ବନାଥ ଗୌଡ ନାମକ ବ୍ୟକ୍ତି ଲକ୍ଷ୍ମଣ ଉପରକୁ ତୀର ମାରିଥିଲା। ଯାହାଫଳରେ ଲକ୍ଷ୍ମଣଙ୍କ ପେଟରେ ତୀର ଗଳି ଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଲକ୍ଷ୍ମଣକୁ ମାଲକାନଗିରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଲକ୍ଷ୍ମଣ ଗୁରୁତର ଥିବା ଜଣାପଡିଛି। ମେଡିକାଲରେ ଡାକ୍ତର ଲକ୍ଷ୍ମଣଙ୍କ ତୀର ବାହାର କରିବା ପାଇଁ ଅସ୍ତ୍ରପ୍ରଚାର କରିବାକୁ ପଡିବ ବୋଲି କହୁଥିବା ଜଣାପଡିଛି। ତେବେ ମାଲକାନଗିରିରେ ଅସ୍ତ୍ରୋପଚାର ହୋଇପାରିବ ନାହିଁ, ତେଣୁ ତୁରନ୍ତ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ତେବେ ବିଶ୍ବନାଥ,ଲକ୍ଷ୍ମଣଙ୍କୁ କାହିଁକି ତୀର ମାରିଲେ ତାହା ସ୍ପଷ୍ଟ ହୋଇପାରି ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ହିଁ ସବିଶେଷ ଜଣାପଡିବ ବୋଲି କୁହାଯାଇଛି।


Post a Comment

Previous Post Next Post