//BREAKING//
Loading...

ବ୍ଲକ ସ୍ତରୀୟ ମନରେଗା ଜନଶୁଣାଣି ଶିବିର


ଦେଶଦୁନିଆ ଖବର24
: କୁନ୍ଦୁରା ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ବ୍ଲକ ସ୍ତରୀୟ ମନରେଗା,ପି ଡି ଏସ୍ ଏବଂ ସମଗ୍ର ଶିକ୍ଷା କାର୍ଯ୍ୟକ୍ରମର ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା l ବି ଡି ଓ ପି.ମନସ୍ମିତା ଅଧ୍ୟକ୍ଷତା କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ବି ଜେ ଦଳେଇ, ଜିଲ୍ଲା ସାମାଜିକ ସମୀକ୍ଷକ ଅନିଲ କୁମାର ମହାରଣା, ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ପରଜା ପ୍ରମୁଖ ମଞ୍ଚାସୀନ ଥିଲେ l ଗତ ଅକ୍ଟୋବର ୨୦୨୪ ଠାରୁ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ମନରେଗା, ୨୪,୨୫ ଆର୍ଥିକ ବର୍ଷର ପି ଡି ଏସ୍ ଏବଂ ସମଗ୍ର ଶିକ୍ଷା କାର୍ଯ୍ୟକ୍ରମର ସାମାଜିକ ସମୀକ୍ଷା ଜନ ଶୁଣାଣୀ ହୋଇଥିଲା l ସମଗ୍ର ଶିକ୍ଷାରେ ଭି ଆର୍ ପି ( ଗ୍ରାମ୍ୟ ସମ୍ବଳ କର୍ମୀ) ମାନଙ୍କ ଦ୍ଵାରା ହୋଇଥିବା ସମିକ୍ଷାରେ ଉଚ୍ଚ ପ୍ରାଥମିକ,ଉଚ୍ଚ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟ ଗୁଡ଼ିକର ବିଭିନ୍ନ ସମସ୍ୟା, ଅତିରିକ୍ତ ଶ୍ରେଣୀ ଗୃହ, ପାନୀୟ ଜଳ, ଶୌଚାଳୟ, ପାଚେରୀ, ଖାଦ୍ୟ ଗୃହ, ଖେଳ ପଡ଼ିଆ ଆଦି ନ ଥିବା ନେଇ ଆଲୋଚନା ହୋଇଥିଲା l ଏ ସବୁ ସମସ୍ୟା ଗୁଡ଼ିକର ସମାଧାନ ନିମନ୍ତେ ପଞ୍ଚାୟତ ସ୍ଵତନ୍ତ୍ର ଗ୍ରାମ ସଭାରେ ସ୍ଥିର କରାଯାଇ ସମ୍ପୃକ୍ତ ବିଭାଗକୁ ଦାୟିତ୍ବ ଦିଆଯିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ପ୍ରଥମ ଥର ପାଇଁ ହୋଇଥିଲା ସମଗ୍ର ଶିକ୍ଷା ସମୀକ୍ଷାର ଜନ ଶୁଣାଣୀ କିନ୍ତୁ ଅଧିକଂଶ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦେଖା ମିଳି ନ ଥିଲା l ମନରେଗାରେ ଅଡିଟ୍ ଟିମ୍ କୁ ଆବଶ୍ୟକ ରେକର୍ଡ଼ ପ୍ରଦାନ କରୁନାହଁ ପଞ୍ଚାୟତ ଦାୟିତ୍ଵରେ ଥିବା ଅଧିକାରୀ,କର୍ମଚାରୀ l ଏ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଛି ସୁଧାର ଆସୁନାହିଁ l ଯେଉଁ ସବୁ ପଞ୍ଚାୟତ ରେକର୍ଡ଼ ସମୀକ୍ଷା କରିବାକୁ ଦେଇନଥିଲେ ସେହି ସବୁ ପଞ୍ଚାୟତର ଦାୟିତ୍ଵରେ ଥିବା ଅଧିକାରୀ ମାନେ ସପ୍ତାହେ ମଧ୍ୟରେ ବ୍ଲକ ସାମାଜିକ ସମୀକ୍ଷକଙ୍କ ନିକଟରେ ଆଣି ସମୀକ୍ଷା କରିନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ସାମାଜିକ ସମୀକ୍ଷକ ଶ୍ରୀ ମହାରଣା I ଏକାଧିକ ପଞ୍ଚାୟତ ଦାୟିତ୍ଵରେ ରହିଛନ୍ତି କର୍ମଚାରୀ ତେଣୁ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ସରପଞ୍ଚ ମାନଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା l ନାମକୁ ମାତ୍ର ଚାଲିଛି ଜନ ଶୁଣାଣୀ ମୁଖ୍ୟତଃ ନରେଗାରେ କିଛି ସମସ୍ୟା ନ ଥିବା ଭଳି ମନେ ହେଉଛି l ଅଧିକାରୀ, କର୍ମଚାରୀ ଓ ପ୍ରତିନିଧିଙ୍କ ମଧ୍ୟରେ ସୀମିତ ରହୁଛି l ଆଜି ଶିବିରରେ ସର୍ବସାଧାରଣ ଆସି ନ ଥିଲେ କି ଗୋଟିଏ ହେଲେ ଅଭିଯୋଗ ନଥିଲା l ନରେଗା କାମରେ ଉତ୍ତରଦାୟୀ ଓ ସ୍ଵଚ୍ଛତା ରକ୍ଷା କରିବା ପାଇଁ ହୋଇଥିବା ସାମାଜିକ ସମୀକ୍ଷା ବ୍ୟବସ୍ଥା ଦିନକୁ ଦିନ ଦୂର୍ବଳ ହେବାରେ ଲାଗିଛି l ଜନସାଧାରଣ, ମେଟ୍ କିମ୍ବା ଅଣକୁଶଳୀ ଶ୍ରମିକଙ୍କ ଉପସ୍ଥିତି ଶୂନ୍ ରହୁଛି l ତେବେ ଏହା ଦୁଇଟି ଦିଗକୁ ସୂଚାଉଛି l ପ୍ରଥମତ ବ୍ଲକରେ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟ ଗୁଡିକରେ କିଛି ସମସ୍ୟା ନାହିଁ ଏବଂ ଅନ୍ୟଟି ହେଉଛି ଯଦି ପ୍ରକୃତ ପକ୍ଷେ ଶତପ୍ରତିଶତ ଠିକ୍ ଚାଲିନଥାଏ ତେବେ ଜନ ଶୁଣାଣୀ ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧିଙ୍କ ମଧ୍ୟରେ ସୀମିତ ରହୁଛି l ଆଜିର ଶିବିରରେ ଏ ସବୁ ବିଷୟ କୁ ନେଇ ଜିଲ୍ଲା ସମାଜିକ ସମୀକ୍ଷକଙ୍କ ଠାରୁ ଅଧିକ ଜାଣିବାକୁ ଚାହିଁଥିଲୁ ଏ ନେଇ ସେ କହିଛନ୍ତି ପୂର୍ବ ଶିବିର ଗୁଡ଼ିକରେ ବ୍ଲକରୁ ବହୁ ଅଭିଯୋଗ ଆସୁଥିଲା, ସର୍ବସାଧାରଣଙ୍କ ସମ୍ପୃକ୍ତି ଥିଲା ତାହା ଆସ୍ତେ ଆସ୍ତେ ବହୁ ଦୁର୍ବଳ ହେବାରେ ଲାଗିଛି l ଉପସ୍ଥିତି ରହୁନାହିଁ l ସଚେତନତା ପାଇଁ କାନ୍ଥ ଲେଖା,ଡେଙ୍ଗୁରା ପିଟି ଜଣାଇବା ଆଦି ପାଇଁ ନରେଗାରେ ପାଣ୍ଠି ମଧ୍ୟ ରହିଛି,ଏହା ସତ୍ଵେ ବି ହୋଇ ପାରୁନାହିଁ ଲ ପଞ୍ଚାୟତ ଓ ବ୍ଲକ ମିଳିତ ଭାବେ ସଚେତନତା, କାର୍ଯ୍ୟକାରୀ ଓ ତଦାରଖ ପ୍ରତି ଗୁରୁତ୍ୱ ଦେଲେ ଏ ସମସ୍ତ ସମସ୍ୟା ଦୂର ହୋଇ ପାରିବ ଓ ମୁଖ୍ୟ ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି କହିଛନ୍ତି l ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ଏକ ବ୍ୟତିକ୍ରମ ଦେଖାଦେଇଥିଲା ପ୍ରତିନିଧି ବ୍ଲକର ସଦସ୍ୟ ସମିତି ସଭ୍ୟ ସଭ୍ୟାଙ୍କୁ ସୂଚନା ଦିଆ ଯାଇ ନାହିଁ ଏ ନେଇ କୁନ୍ଦୁରା ସମିତି ସଭ୍ୟ ଦାମୋଦର ଗଣ୍ଡା, ଫୁପୁଗାଁ ସମିତି ସଭ୍ଯା ଚନ୍ଦ୍ରିକା କାନ୍ଦଲିଆ ସମିତି ସଭ୍ୟସଭ୍ୟା ମାନଙ୍କୁ କାହିଁକି ସୂଚନା ଦିଆଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ l ଶିବିରକୁ ବାତିଲ କରାଯାଇ ଅନ୍ୟ ଏକ ଦିନ ଧାର୍ଯ୍ୟ କରାଯାଉ ବୋଲି କହିଥିଲେ ଏଥିରେ ବ୍ଲକ ସାମାଜିକ ସମୀକ୍ଷକ ନୂତନ ଭାବେ ଦାୟିତ୍ଵ ନେଇଛନ୍ତି ତେଣୁ ଭୁଲ ବଶତଃ ଏଭଳି ହୋଇଛି ଆଗକୁ ଆଉ ଏ ଭଳି ହେବ ନାହିଁ ବି ଡି ଓ ତାଙ୍କ ସହ ଆଲୋଚନା କହିଥିଲେ l ସୁଚନା ପାଇନଥିବାରୁ ସମିତି ସଭ୍ୟସଭ୍ୟା କକ୍ଷ ତ୍ୟାଗ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ସାମାଜିକ ସମୀକ୍ଷକ କୈଳାଶ ଚନ୍ଦ୍ର ଶ୍ରୀକରଲିଆ, ଏ ପି ଓ ଚିନ୍ତାମଣି ତାଣ୍ଡି, ସମସ୍ତ ଭି ଆର୍ ପି, ଯୋଗାଣ ଅଧିକାରୀ ମୁରଲୀ ଧର ହେସା, ଜି ପି ଡି ଓ ଜଗତ ସିଂ ମାଝୀ, ସମସ୍ତ ଜେ ଇ,ଏ ଇ, ପି ଇ ଓ, ଜି ଆର୍ ଏସ୍, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୂଖ ଉପସ୍ଥିତ ଥିଲେ l 

Post a Comment

Previous Post Next Post