ଦେଶଦୁନିଆ ଖବର24 : କୋରାପୁଟ ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟର ବିଶିଷ୍ଟ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ତରୁଣ କୁମାର ଦାସଙ୍କୁ ରାଷ୍ଟ୍ରପତି ପୁରସ୍କାର ଗତ ୫ ତାରିଖ ଗୁରୁ ଦିବସ ରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଠାରୁ ଉତ୍ତମ ଶିକ୍ଷକ ଭାବେ ପୁରସ୍କାର ଗ୍ରହଣ କରିଥିବା ବେଳେ କୋରାପୁଟ ଜୟପୁର ବ୍ଲକ ଅନ୍ତା ପଞ୍ଚାୟତ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବିଶିଷ୍ଟ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ହରିହର ପଟ୍ଟନାୟକ ଗତ ପାଞ୍ଚ ତାରିଖରେ କୋରାପୁଟ ସଦଭାବନା ଗୃହରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିବା ପରେ ଆଜି ଏଇ ଦୁଇ ଶିକ୍ଷକଙ୍କର ସଫଳତାକୁ ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ପ୍ରଦାନ କରିଥିବା ଦେଖିବାକୁ ମିଳିଅଛି lଉପାନ୍ତ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିଥିବା ଏଇ ଶିକ୍ଷକଙ୍କ ସଫଳତାରେ ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକଙ୍କ ସମେତ କୋରାପୁଟ,ଜୟପୁର ବ୍ଲକ ତଥା କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ, ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇଅଛନ୍ତି l
ଦୁଇ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ
By: DESH DUNIYA KHABAR 24
0
Post a Comment