//BREAKING//
Loading...

କୋଟପାଡ଼ରେ ଦଶହରା ପାର୍ବଣ ନିମନ୍ତେ ଚଳଚଞ୍ଚଳ ଶ୍ରୀ ଶ୍ରୀ ଶ୍ରୀ କନକମଣି ମା ମାଉଲିଙ୍କ ପୀଠ


ଦେଶଦୁନିଆଖବର24 :କୋଟପାଡ଼ ସହରରେ ବେଶ ଧୁମଧାମରେ ଏବଂ ନିଆରା ଢଙ୍ଗରେ ଶାରଦୀୟ ଦୁର୍ଗାପୂଜା ପାଳିତ ହୋଇଥାଏ l କୋଟପାଡ଼ ସହରର ଅଧିଷ୍ଠାତ୍ରୀ ଦେଵୀ ହେଉଛନ୍ତି ଶ୍ରୀ ଶ୍ରୀ ଶ୍ରୀ କନକମଣି ମା' ମାଉଲି l ମା' ମାଉଲି ଛତିଶଗଡ଼ ସହରରେ ଆବିର୍ଭୁତ ହୋଇଥିଲେ,କିନ୍ତୁ ମା' ମାଉଲି ବର୍ତ୍ତମାନ ଉଭୟ ଓଡିଶା ଏବଂ ଛତିଶଗଡ଼ ରାଜ୍ୟରେ ପୂଜା ପାଉଛନ୍ତି l ଯେଉଁଥିପାଇଁ କୁହାଯାଏ ରାଜ୍ୟ ଦୁଇଟି କିନ୍ତୁ ମା ଗୋଟିଏ l ଭକ୍ତଙ୍କ ମଧ୍ୟରେ ବିଶ୍ୱାସ ରହିଛି ମାଙ୍କ ପାଖକୁ ଆସି ଯିଏବି ଯାହା ବି କୃପା ଭିକ୍ଷା କରିଛି ତାହାର ମନସ୍କାମନା ନିଶ୍ଚୟ ପୂରଣ ହୋଇଛି l କୋଟପାଡ଼ରେ ରାଜାରାଜୁଡ଼ା ସମୟରୁ ସ୍ଥାପିତ ହୋଇଛି ଅଞ୍ଚଳର ପ୍ରତ୍ୟକ୍ଷ ଦେବି ଶ୍ରୀ ଶ୍ରୀ ଶ୍ରୀ କନକ ମଣି ମାଁ ମାଉଲିଙ୍କ ଶକ୍ତିପୀଠ l ଏହି ପୀଠରେ ଦୂର ଦୁରାନ୍ତରରୁ ଭକ୍ତଙ୍କ ସମାଗମ ହୋଇଥାଏ l ଭକ୍ତଙ୍କ ମନବାଞ୍ଛା ମଧ୍ୟ ପୂରଣ କରିଥାନ୍ତି କରୁଣାମୟି ମାଉଲି ମାଁ l ପ୍ରତ୍ୟେକ ବର୍ଷ ରାଜ ରାଜୁଡ଼ା ସମୟରୁ ପାରମ୍ପରିକ ଵିଧିବିଧାନ ଅନୁସାରେ ମହା ଆଡମ୍ବରରେ ପାଳିତ ହୋଇ ଥାଏ ମାଉଲି ମାଁଙ୍କ ମୁଖ୍ୟ ଦଶହରା ପର୍ବ l ଚଳିତ ବର୍ଷ ମାଁଙ୍କ ଜ୍ଞାମାଳ ମିଳିବା ପରଠାରୁ ନବରାତ୍ରି ଠାରୁ ପ୍ରାରମ୍ବ ହୋଇଛି ମାଁ ଙ୍କ ଶାରଦୀୟ ଦଶହରା ପାର୍ବଣ l 

   

ନଅ ଦିନ ଧରି ପାରମ୍ପରିକ ବାଦ୍ୟ ଏବଂ ପଟୁଆର ନାଚ ସହ ଭକ୍ତଙ୍କୁ ସାଥିରେ ନେଇ ଘୋଡ଼ା ଆରୋହଣ କରି ସନ୍ଧ୍ୟା ସମୟରେ ମାଁ ନିଜ ପିଠ ଛାଡି ନିଜ ଭଉଣୀ ଶୀତଳା ଠାକୁରାଣୀଙ୍କ ପିଠକୁ ଯାଇଥାନ୍ତି ଏବଂ ସେଠାରୁ ମଧ୍ୟରାତ୍ରିରେ ନିଜ ପିଠକୁ ଅବତରଣ କରିବା ପରେ ପ୍ରାରାମ୍ବ ହୋଇଥାଏ ତନ୍ତ୍ରବିଧି ପୂଜାର୍ଚନା l ମାଉଲି ମାଁ ଙ୍କ ପିଠ ନବରାତ୍ରି ଠାରୁ ଭକ୍ତଙ୍କ ସମାଗମରେ ଚଳଚଞ୍ଚଳ ହୋଇ ଉଠି ଥାଏ ସାରା କୋଟପାଡ଼ ସହର ଦିବ୍ୟ ଆଲୋକରେ ଆଲୋକିତ ଓ ମୁଖରିତ ହୋଇ ଉଠିଥାଏ l ପ୍ରତ୍ୟେକ ଦିନ ରାତିରେ ବିଭିନ୍ନ ସାଂସ୍କୃତିକ ନୃତ୍ୟ, ଭଜନ, ସଂଗୀତ ମନ୍ଦିର ବେଢା ନିକଟରେ ଜମିଥାଏ ମନୋରଞ୍ଜନର ଆସାର,ବିଜୟାଦଶମୀ ଦିନ ହଜାର ହଜାର ଭକ୍ତଙ୍କ ସହ ବାଜା ପଟୁଆର ନେଇ ମାଁ ଅବତରଣ କରନ୍ତି କୋଟପାଡ଼ ସ୍ଥିତ ଦଶହରା ପଡିଆ ଠାରେ l ସେଠାରେ ମାଁ ଙ୍କ ହୋମ ଯଜ୍ଞ ଜାରିରହିଥିବା ସମୟରେ, ରାବଣ ପୋଡି ଏବଂ ଆତଷବାଜୀ ମଧ୍ୟ ଦେଖୀବାକୁ ମିଳିଥାଏ l ପୂଜା ସମ୍ପନ୍ନ ପରେ ମଧ୍ୟରାତ୍ରିରେ ମନ୍ଦିର ଫେରିଵା ପରେ କୋଟପାଡ଼ ସହର ବାସୀଙ୍କ ସହ ମାଁ ନୂଆ ଖାଇଥାନ୍ତି l ଶୀତୁଆ ପରିବେଶ ମଧ୍ୟରେ କନକ ମଣି ମାଉଲି ଙ୍କ ଦଶହରା ପାର୍ବଣ ଭରି ଦିଏ ପ୍ରତ୍ୟକଙ୍କ ବ୍ୟସ୍ତ ଓ କ୍ଲାନ୍ତ ଜୀବନ ରେ ଅସରନ୍ତି ଆଶା ଏବଂ ଉର୍ଜା l  

ବିଶେଷଜ୍ଞଙ୍କ ମତରେ ଦଶହରା ଦଶ ଦିନ ପର୍ଯ୍ୟନ୍ତ ମା ଆସନ୍ତି ସମସ୍ତଙ୍କ ଦୁଃଖ ହରଣ କରିବା ନିମନ୍ତେ ଏହି ଦଶହରା ସମୟଟି ଅଞ୍ଚଳବାସୀଙ୍କୁ ବେଶ ଖୁସି ଦେଇଥାଏ ତତ ସଙ୍ଗେ ସଙ୍ଗେ ବଞ୍ଚିବା ନିମନ୍ତେ ନୁଆଁ ଆଶା ଏବଂ ଉଦ୍ଧିପନା ଦେଇଥାଏ ଏହି ପାର୍ବଣ ଋତୁ l

Post a Comment

Previous Post Next Post