//BREAKING//
Loading...

ଗୁଣିଆ କହିବା କଥା ସତ ହେଲା,ଆଠ ବର୍ଷ ପରେ ନିଖୋଜ ଦାଦନ ଉଦ୍ଧାର


ଦେଶଦୁନିଆଖବର24
: କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ କେରମେଟି ପଞ୍ଚାୟତ କେନ୍ଦୁଗୁଡ଼ା ଗାଁର ଅଗାଧୁ ସାନ୍ତା (୭୯) ଆଜିକୁ ଆଠ ବର୍ଷ ତଳେ ଦାଦନ ଯାଇ ନିଖୋଜ ଥିଲେ l ଗତକାଲି ନିଜ ଗାଁରେ ପହଞ୍ଚିଛନ୍ତି l ପରିବାର ଲୋକଙ୍କ ସୂଚନା ପ୍ରକାରେ ଆଜିକୁ ଆଠ ବର୍ଷ ତଳେ (୨୦୧୭) ରେ ସେ ଘରେ କାହାକୁ ନ କହି ଦାଦନ ଖଟିବାକୁ ବାହାରି ଯାଇଥିଲେ l ପରିବାର ଲୋକେ ବିଚଳିତ ହୋଇ ତାମିଲନାଡୁ,କେରଳ ଓ ଆନ୍ଧ୍ରପ୍ରଦେଶ ଆଦି ଅଞ୍ଚଳରେ ବହୁ ଖୋଜାଖୋଜି କରି ପାଇନଥିଲେ l ବାପାଙ୍କୁ ଖୋଜି ଆଣିବାକୁ ତାଙ୍କ ପୁଅ ବାସୁ ସାନ୍ତା ପ୍ରଥମେ ୩୦ ହଜାର ଟଙ୍କାରେ ହଳ ବିକ୍ରି କଲେ l ସେ ଟଙ୍କା ସରିଲା ହେଲେ ଖୋଜ୍ ଖବର କିଛି ମିଳିଲା ନାହିଁ l ପରେ ଜମି ବନ୍ଧକ ରଖିଲେ ସେ ଟଙ୍କା ବି ସରିଲା ତଥାପି ପାଇଲେ ନାହିଁ l ଏକ ମାତ୍ର ଭରସା ଥିଲା ବହୁ ଦେବାଦେବୀ, ମନ୍ଦିର,ଗୁଣିଆ ବଞ୍ଚିଛନ୍ତି ସେ ଘରକୁ ଫେରିବେ ବୋଲି ସମସ୍ତେ କହୁଥିଲେ l ସେ ଭାଗବାନଙ୍କ ବରଷାରେ ଆଠ ବର୍ଷ ବିତି ଯାଇଥିଲା ତଥାପି ଆଶା ଥିଲା ଦିନେ ନା ଦିନେ ସେ ଘରକୁ ଫେରିବେ l ଦିନେ ସ୍ଥାନୀୟ ସରପଞ୍ଚ ମାଣିକ ସାନ୍ତା ତାଙ୍କ ପରିବାରକୁ ସୂଚନା ଦେଇ ଫୋଟ ଦେଖାଇଥିଲେ ଓ ସେ ରାଜସ୍ଥାନ ଜୟପୁରରେ ଥିବା କୁନ୍ଦୁରା ଥାନା ଅଧିକାରୀ ଚିତ୍ତ ରଞ୍ଜନ ପ୍ରଧାନୀଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା କହିଥିଲେ l ସେତେବେଳେ ପରିବାର ଲୋକେ ଖୁସି ହୋଇ ସମ୍ପର୍କୀୟ ପଲାଦ ସାନ୍ତା ଓ ଅନ୍ୟ ଜଣେ ଖୋଜିବାକୁ ବାହାରି ପଡ଼ିଲେ l

ସେଠାରେ ଯାଇ ଆଠ ଦିନ ପଯ୍ୟନ୍ତ ଖୋଜାଖୋଜି କଲେ ଏତେ ବଡ଼ ସହର ବହୁ ଖୋଜାଖୋଜି ପରେ ବି ପାଇଲେ ନାହିଁ ନିରାଶ ହୋଇ ଫେରିଲେ l ପରେ ଗତ ସପ୍ତାହରେ ଅଗାଧୁର ନାତୁଣୀ ଜ୍ବାଇଁ ନାଥ ସାନ୍ତା ପାଖକୁ ଏକ ଫୋନ୍ କଲ ଆସିଥିଲା ଏବଂ ଅଗାଧୁକୁ ପାଇ ପାଖରେ ରଖିଥିବା କହିଥିଲେ l ସୂଚନା ପାଇ ନାଥ ଆଉ ସଦନ ଦୁଇ ଜଣ ଯାଇ ଅଗାଧୁ ପାଖରେ ପହଞ୍ଚିଥିଲେ l ରାଜସ୍ଥାନର ଅଶ୍ୱନୀ କୁମାର ସିଂ ନାମକ ବ୍ୟକ୍ତିଙ୍କ ପାଖରେ ଥିଲେ ଅଗାଧୁ I ତାଙ୍କ ସହ ଜଣେ ଅଟୋ ଚାଳକ ମଧ୍ଯ ଥିଲେ l ସ୍ଥାନୀୟ ସାମାଜ ସେବୀ ବିଜୁ ଜନତା ଦଳ ଜିଲ୍ଲା ସାଧାରଣ ସମ୍ପାଦକ ଭଜମନ ସାନ୍ତା ଶ୍ରୀ ସିଂ ଏବଂ ପରିବାର ଲୋକଙ୍କ ସହ ସମ୍ପୂର୍ଣ୍ଣ ଯୋଗାଯୋଗରେ ଥିଲେ l ପୂର୍ବତନ ଥାନା ଅଧିକାରୀ ଶ୍ରୀ ପ୍ରଧାନୀଙ୍କ ବହୁ ସହଯୋଗ ହେତୁ ଅଗାଧୁ ଘରେ ପହଞ୍ଚି ପାରିଛି ବୋଲି କହିଛନ୍ତି ପରିବାର ଲୋକେ l ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି l ଘରକୁ ଫେରିବାର ଆଶା ମଉଳି ଯାଇଥିଲା,ଦୀର୍ଘ ଆଠ ବର୍ଷ ପରେ ଘରକୁ ଫେରିଲେ,ପରିବାର ପରିଜନଙ୍କୁ ଅତି ପାଖରେ ପାଇ ଏକ ନୂଆ ଦୁନିଆ ପାଇବାର ଅନୁଭୂତି ପ୍ରକାଶ କରିଛନ୍ତି ଅଗାଧୁ l ସେ କହିଛନ୍ତି ଯେତେବେଳେ ଟ୍ରେନ୍ ରେ ଯାଉଥିଲେ ଟ୍ରେନ୍ ରେ ଶୌଚ ପାଇଁ ସୁବିଧା ଥିବା ସେ ଜାଣିନଥିଲେ l ଏକ ଷ୍ଟେସନରେ ଶୌଚ ପାଇଁ ଓହ୍ଲେଇ ପଡ଼ିଥିଲେ l ସେତେବେଳେ ଟ୍ରେନ୍ ଛାଡ଼ି ଦେଇଥିଲା l ସେ ସେହି ଷ୍ଟେସନରେ ତିନି ଦିନ ଘୁରି ବୁଲିଲେ l ପରେ କୌଣସି ଏକ ସ୍ଥାନରେ ଯାଇ ଏକ ହୋଟେଲରେ ଦୁଇ ବର୍ଷ କାମ କଲେ l ସେଠାରୁ ଗାଁକୁ ଫେରିବାକୁ ଚେଷ୍ଟା କଲେ l ବୃଦ୍ଧ ବୟସ, ପାଠ ସାଠ ପଢି ନାହାନ୍ତି l ସେଠାରେ ରାଜସ୍ଥାନ ଜୟପୁରର ଏକ ଟ୍ରେନ୍ ରେ ଚଡ଼ି ସେଠାରେ ପହଞ୍ଚିଗଲେ l ଘରକୁ ଫେରିବାର ଆଶା ଛାଡ଼ିଦେଇ ଦିର୍ଘ ପାଞ୍ଚ ବର୍ଷ କାଳ ସେହି ସହରରେ ରହିଲେ l ଯିଏ ଯାହା ଦେଲେ ଖାଉଥିଲି ,ଯେଉଁଠି ସୁବିଧା ହେଲା ଶୋଇ ପଡୁଥିଲେ ବୋଲି କୋହ ଭରା କଣ୍ଠରେ ବଖାଣିଥିଲେ ତାଙ୍କର ଏହି ଆଠ ବର୍ଷର ସଂଘର୍ଷ ମୟ ଜୀବନ କାହାଣୀ l ଘରର ଦେବାଦେବୀ, ଗାଁ ଠାକୁରାଣୀ ତାଙ୍କୁ ନିଜ ଘରକୁ ଫେରାଇ ଆଣିଲେ ବୋଲି ସେ କୁହନ୍ତି l ଅଭାବୀ ପରିବାର ବାପାଙ୍କୁ ଖୋଜିବାରେ ସର୍ବସ୍ୱାନ୍ତ ହୋଇ ପଡ଼ିଛନ୍ତି l ଶେଷ ଥର ପାଇଁ ଆଣିବାକୁ ଯିବା ପାଇଁ ଆର୍ଥିକ ସହାୟତା ପାଇବାକୁ ସ୍ଥାନୀୟ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଗୋକୁଳ ଚନ୍ଦ୍ର ପଟ୍ଟନାୟକ ଏବଂ ସ୍ଥାନୀୟ ବିଧାୟକ ରୁପୂ ଭତରା କିଛି ଆର୍ଥିକ ସହାୟତା କରିଥିଲେ l ସେହି ପଞ୍ଚାୟତର ବହୁ ଯୁବକ ଫେରାଇ ଆଣିବାରେ ସହଯୋଗ କରିଥିଲେ l ଗତକାଲି ଗାଁ ରେ ପହଁଞ୍ଚିବା ପରେ ପରିବାର ଓ ଗାଁ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି l ଦେଖିବାକୁ ତାଙ୍କ ଘରେ ଭିଡ଼ ଜମୁଛି l ବିଧାୟକ ପ୍ରତିନିଧି ବଦ୍ରି ନାରାୟଣ ଆଚାର୍ଯ୍ୟ, ସାଂସଦ ପ୍ରତିନିଧି ସୁମିତ କୁମାର ସାହୁ ଏବଂ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ତାଙ୍କୁ ଭେଟିଛନ୍ତି l

Post a Comment

Previous Post Next Post