//BREAKING//
Loading...

ବ୍ଲକ ଅଧ୍ୟକ୍ଷାଙ୍କ ଇସ୍ତଫା ପ୍ରସଙ୍ଗ,୨୮ ପ୍ରତିନିଧି ଦେଲେ ସପକ୍ଷ ଭୋଟ

ଦେଶଦୁନିଆ ଖବର24: କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ପରଜାଙ୍କ ବିରୋଧରେ ହୋଇଥିବା ଅନାସ୍ଥା ଭୋଟ ହୋଇଛି l ଗତ ଦୁଇ ମାସ ହେବ ବ୍ଲକ ଅଧ୍ୟକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗର ଆଜି ଭୋଟ ପ୍ରକ୍ରିୟା ଶେଷ ହୋଇଛି l ଗତ ସେପ୍ଟେମ୍ବର ୧୯ ତାରିଖ ଜୟପୁର ଉପଜିଲ୍ଲାପାଳଙ୍କ ପତ୍ର -୭୮୫୭ /୨୫ ଅନୁସାରେ ତହସିଲଦାର ତଥା ମାଜିଷ୍ଟ୍ରେଟ ବିନୋଦ କୁମାର ନାଏକଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସମିତି ବୈଠକ ଓ ଅନାସ୍ଥା ପ୍ରସ୍ତାବ ଭୋଟ ହୋଇଥିଲା l ଦିନ ୧୧ ଟାରେ ଆରମ୍ଭ ହୋଇ ସାଢ଼େ ୧୨ ଟାରେ ସରିଥିଲା ପ୍ରକ୍ରିୟା l ନିୟମ ପ୍ରକାରେ ପ୍ରଥମେ ଜି ପି ଡି ଓ ଜଗତ ସିଂ ମାଝୀ ସମିତି ସଭ୍ୟ ସଭ୍ୟା ଓ ସରପଞ୍ଚ ମାନଙ୍କ ଦସ୍ତଖତ ସହ ଉପସ୍ଥାନ ନେଇଥିଲେ I ନିର୍ବାଚନ ଅଧିକାରୀ ଶ୍ରୀ ନାଏକ ଭୋଟ ଦେବାର ପ୍ରକ୍ରିୟା ବିଷୟରେ ବିଧିବଦ୍ଧ ଭାବେ ଅବଗତ କରିଥିଲେ l ପରେ ଆରମ୍ଭ ହୋଇଥିଲା ଭୋଟ ପ୍ରକ୍ରିୟା I ଅନାସ୍ଥା ପ୍ରସ୍ତାବର ସପକ୍ଷ ଓ ବିପକ୍ଷରେ ଦୁଇଟି ବାଲାଟ ପେପର ଥିଲା l ବିପକ୍ଷରେ ଗୋଟିଏ ହେଲେ ଭୋଟ ପଡ଼ି ନ ଥିଲା l ସପକ୍ଷରେ ଯାଇଥିଲା ୨୮ ଭୋଟ l ନିୟମ ଅନୁସାରେ ପ୍ରତିନିଧିଙ୍କ ସମ୍ଭୁଖରେ ଗଣତି କରାଯାଇ ଭୋଟ ବାକ୍ସ ସିଲ୍ କରାଯାଇଥିଲା l ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭୋଟ୍ ପ୍ରକ୍ରିୟା ଲିପିବଦ୍ଧ କରି ପାଠ କରାଯାଇଥିଲା ଓ ସମସ୍ତଙ୍କ ଦସ୍ତଖତ ନିଆଯାଇଥିଲା l ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଦସ୍ତଖତ ପ୍ରାମାଣିକ ଯାଞ୍ଚ ସମୟରେ ସମୁଦାୟ ୨୬ ଜଣ ଜନ ପ୍ରତିନିଧି ଦସ୍ତଖତ ଦେଇଥିଲେ କିନ୍ତୁ ଆଜି ଆଉ ଦୁଇ ଜଣ ସମିତି ସଭ୍ଯା ସାମିଲ ହୋଇ ଥିଲେ l କୁନ୍ଦୁରା ଜିପିଡିଓ - ଜଗତସିଂହ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୁନ୍ଦୁରା ଥାନା ଅଧିକାରୀ ଅଶ୍ୱିନୀ କୁମାର ପଟ୍ଟନାୟକ ପୁଲିସ୍ ଟିମ୍ ସହ ରହି ଆଇନଶୃଙ୍ଖଳା ପରିସ୍ଥିତି ତଦାରଖ କରିଥିଲେ l ଗତ କାଲି ୨୩ ରେ ଅଧ୍ୟକ୍ଷାଙ୍କ ଇସ୍ତଫା ଦେବା ପରେ ଅନାସ୍ଥା ଭୋଟ ହେବା ନେଇ ବିଭିନ୍ନ ମହଲରେ ଦ୍ୱନ୍ଦ ଲାଗିରହିଥିଲା ତାହା ଆଜି ଦୂର ହୋଇଛି l ପ୍ରଶାସନ ପକ୍ଷରୁ ଅନାସ୍ଥା ଭୋଟ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲା,ଶେଷ ମୁହୂର୍ତ୍ତରେ ଅଧ୍ୟକ୍ଷା ଇସ୍ତଫା ଦେଲେ ତାହା ଜିଲ୍ଲାପାଳଙ୍କ ଦ୍ଵାରା ଗ୍ରହଣ ହୋଇଥିଲେ ଭୋଟ ହୋଇନଥାନ୍ତା l ସମୟ ସାପେକ୍ଷ ହେତୁ ଗ୍ରହଣ ପ୍ରକ୍ରିୟା ଶେଷ ହୋଇ ପାରିଲା ନାହିଁ ଏଣୁ ଆଜି ଭୋଟ ହେଲା l ବହୁ ଶୃଙ୍ଖଳିତ ଭାବେ ସରିଛି କାର୍ଯ୍ୟକ୍ରମ l ନୂତନ ଅଧ୍ୟକ୍ଷ,ଅଧ୍ୟକ୍ଷା ଦାୟିତ୍ଵ ଗ୍ରହଣ କରିବା ପର୍ଯ୍ୟନ୍ତ ଉପାଧ୍ୟକ୍ଷ ତରୁଣୀ ସେନ ବିଶୋୟୀ ଦାୟିତ୍ଵରେ ରହିବାକୁ ନିୟମ ରହିଅଛି ବୋଲି କହିଛନ୍ତି ତହସିଲଦାର ଶ୍ରୀ ନାଏକ l ଏ ନେଇ ବି ଡି ଓ ପି.ମନସ୍ମିତାଙ୍କୁ ପଚାରିବାରୁ ଅଧ୍ୟକ୍ଷାଙ୍କ ଇସ୍ତଫା ପରେ ଉପରିସ୍ଥ ଅଧିକାରୀଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସିନାହିଁ,ନିୟମ ପ୍ରକାରେ ଉପାଧ୍ୟକ୍ଷ ଦାୟିତ୍ଵରେ ରହିବେ ବୋଲି କହିଛନ୍ତି l ଜି ପି ଡି ଓ ଶ୍ରୀ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଥାନା ଅଧିକାରୀ ଅଶ୍ଵିନୀ କୁମାର ପଟ୍ଟନାୟକ ଉପସ୍ଥିତ ରହି ପୁଲିସ ଟିମ୍ ସହ ଆଇନ୍ ଶୃଂଖଳା ପରିସ୍ଥିତି ବୁଝିଥିଲେ l କାର୍ଯ୍ୟକ୍ରମ ସରିବା ପରେ ସମସ୍ତ ପ୍ରତିନିଧି ଓ ବି ଜେ ଡି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା l ପୂର୍ବତନ ସାଂସଦ ତଥା ବରିଷ୍ଠ ବି ଜେ ଡି ନେତା ପ୍ରଦୀପ ମାଝୀ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ-ରାଧାବିନୋଦ ସାମନ୍ତରାୟ, ବ୍ଲକ ବିଜେଡି ସଭାପତି ବୃନ୍ଦାବନ ମଳିକ, ଯୁବ ସଭପତି ବିକ୍ରମ କୁମାର ବେହେରା,ବରିଷ୍ଠ ନେତା ନରେନ୍ଦ୍ର ପ୍ରଧାନ,ଜୟପୁର ନିର୍ବାଚନ ମଣ୍ଡଳୀ ବରିଷ୍ଠ ବିଜେଡି ନେତା ଧର୍ମେନ୍ଦ୍ର (କୁନି) ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l 

Post a Comment

Previous Post Next Post