//BREAKING//
Loading...

ପରିଣତ ବୟସ ଓ ଶାରୀରିକ ଅକ୍ଷମତା ହାର୍ ମାନିଛି 75 ବର୍ଷ ବୟସ୍କ ହରିନାଥଙ୍କ ନିକଟରେ



DESHDUNIYAKHABAR24 : ପରିଣତ ବୟସରେ ସେ ବି ସେ ଥକି ନାହାନ୍ତି,ଶାରୀରିକ ଅକ୍ଷମ ହୋଇ ମଧ୍ୟ ସବୁକିଛି ହାର୍ ମାନିଛି ତାଙ୍କ ଆଗରେ,ଦିନ ରାତି କରୁଛନ୍ତି ପରିଶ୍ରମ,ଯୁବ ପୀଢ଼ିଙ୍କ ପାଇଁ ଓ ବୃଦ୍ଧା ବୟସ ହାର୍ ମାନିଥିବା ଲୋକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ନାରାହାଣ୍ଡି ଗ୍ରାମର ହରିନାଥ ରନ୍ଧାରି,ବୟସ 75 ବର୍ଷ,ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ କର୍ମଠ ମନବୃତ୍ତି ଓ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସମାଜ ପାଇଁ ସାଜିଛନ୍ତି ଉଦାହରଣ,ନା ଅଛି ତାଙ୍କର ପରିବାର,ନା ଅଛନ୍ତି ସ୍ତ୍ରୀ,ପୁଅ,ଝିଅ l ଦିବ୍ୟାଙ୍ଗ ସେ ଜନ୍ମ ଗତ ନଥିଲେ,୩0 ବର୍ଷ ପୂର୍ବେ ଏକ ଅଜଣା ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ସେ ଆଜୀବନ ଦିବ୍ୟାଙ୍ଗ ପାଲଟିଯାଇଥିଲେ l ଯାହା ପରେ ସ୍ତ୍ରୀ ହରିନାଥ ଙ୍କ ହାତ ଛାଡ଼ି ପର ପୁରୁଷ ସହ ଚାଲିଯାଇଥିଲେ l ରୋଗାକ୍ରାନ୍ତ ହେବା ପରେ ବିନା ସାହାରାରେ ଚାଲି ପାରନ୍ତି ନାହିଁ ଅଳ୍ପ କେଇ ପାଦ ବାଟ,ଏଭଳି କରୁଣ ଜଟିଳ ପରସ୍ଥିତିରେ ଭାଙ୍ଗି ନ ପଡି, ଆପଣାଇଛନ୍ତି ସଂଘର୍ଷ ଓ ଅକ୍ଳାନ୍ତ ପରିଶ୍ରମର ରାସ୍ତା l ସକାଳ ସୂର୍ଯ୍ୟର ପ୍ରଥମ କିରଣ ସହ ନିଜ ତିନି ଚକିଆ ସାଇକେଲ ନେଇ କର୍ମକ୍ଷେତ୍ରକୁ ବାହାରି ପଡ଼ନ୍ତି ହରିନାଥ,ଦିନରେ କେବେ ଖାହାନ୍ତି କି ନ ଖାଆନ୍ତି ତାହା ବି ଠିକ ନାହିଁ,ପ୍ରତିଦିନ 20 ରୁ 30 କିଲୋମିଟର ବିଭିନ୍ନ ଗାଁକୁ ଗାଁ   ଘରକୁ ଘର ବୁଲି ଓ  ଟିଣ ଡ଼ବା ସଂଗ୍ରହ କରିଥାନ୍ତି,ପ୍ରତି ଡ଼ବାକୁ ସେ 15 ରୁ 20 ଟଙ୍କାରେ କିଣି 25-30 ଟଙ୍କାରେ ବିକ୍ରି କରିଥାନ୍ତି ସେଥିରୁ ଯାହା ମିଳେ ସେଥିରୁ ଔଷଧ ଖର୍ଚ୍ଚ ଓ ଜୀବନ ଜୀବିକା ପାଇଁ ସେହି ଅର୍ଥକୁ ଖର୍ଚ୍ଚ କରନ୍ତି,ସରକାରୀ ଯୋଜନାରୁ ତାଙ୍କୁ ମିଲୁଛି ରାସନ କାର୍ଡରେ ଚାଉଳ ଏବଂ ବାର୍ଦ୍ଧକ୍ୟ ଭତା,ଯାହାକି ଯଥେଷ୍ଟ ନୁହେଁ,ବାର୍ଦ୍ଧକ୍ୟ ସାଙ୍ଗକୁ ଦିବ୍ୟାଙ୍ଗ ବି, ଏଭଳି ପରିଣତ ବୟସରେ ସରକାର ଯଦି କିଛି ପ୍ରତ୍ସାହନ ରାଶି ଯୋଗାଇ ଦିଅନ୍ତେ,ତେବେ ବୃଦ୍ଧା ଜଣକ କିଛି ବ୍ୟବସାୟ କରି ପାରନ୍ତେ ଓ ନିଜ ଗୁଜୁରାଣ ମେଣ୍ଟାଇ ପାରନ୍ତେ I

Post a Comment

Previous Post Next Post