Deshduniyakhabar24 : ଗତକାଲି ବିଳମ୍ବିତ ରାତିରେ 26 ନମ୍ବର ଜାତୀୟ ରାଜପଥର ସୁନାବେଡା ଟ୍ରାଫିକ ଛକ ଟିଟିଏସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସଫାରୀ ଗାଡ଼ି ସହ ସେଲେରିଓ ଗାଡ଼ି ମୁହାମୁହି ଧକ୍କା । ସେଲେରିଓ କାରରେ ଥିବା ଚାରି ଜଣ ଙ୍କ ମଧ୍ୟରୁ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସଫାରୀ ଗାଡ଼ିର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ 2 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କୁ କୋରାପୁଟ ମେଡିକାଲ୍ ନେଉଥିବା ବେଳେ ମୃତ୍ୟୁ ଘଟିଥିଲା ଓ ଅନ୍ୟ ଜଣଙ୍କୁ ବିଶାଖାପାଟଣା ନେଉଥିବା ବେଳେ ମୃତ୍ୟୁ ହୋଇଛି। ଜଣେ ଗୁରୁତରକୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ ରେ ଭର୍ତି କରାଯାଇଛି। ମୃତକ ଓ ଗୁରୁତ୍ୱର ମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣା ପଡିଛି। ସୁନାବେଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି।
Post a Comment