ଦେଶଦୁନିଆ ଖବର24 : କୋଟପାଡ଼ ସହରରେ ଗୃହପାଳିତ ପଶୁଙ୍କ ରାସ୍ତାରେ ବିଚରଣ କରିବା ଏକ ପ୍ରକାର ନିୟମ ହୋଇଯାଇଛି l ନିରାପଦ ଆଶ୍ରୟ ସ୍ଥଳୀ ପାଲଟିଛି ଜାତୀୟ ରାଜପଥ ଓ ବିଭିନ୍ନ ସାହି ର ଗଳି ରାସ୍ତା l ସହରର ଯେଉଁଆଡ଼େ ଚାହିଁବ ଖାଲି ପଲ ପଲ ଗାଈଗୋରୁ l ଗାଈଗୋରୁ ମାଲିକ ମାନେ ନିଜ ଗାଈ ଠାରୁ କ୍ଷୀର କାଢ଼ିବା ପରେ ରାସ୍ତା ଉପରକୁ ଛାଡ଼ି ଦେଉଥିବା ଦେଖାଦେଇଛି l ଯାହା ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ବେଳେ,ଅକାରଣେ ଗୋସମ୍ପଦ ସହ ଲୋକଙ୍କ ବି ଜୀବନ ଚାଲିଯାଉଛି l
ଏ ବିଷୟରେ ବିଭିନ୍ନ ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପରିଷଦର ଅଧକ୍ଷଙ୍କ ଦୃଷ୍ଟି ଆକର୍ଷଣ ଆଖି କରାଯାଇଥିଲେ ସୁଦ୍ଧା କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି l ଆନ୍ଧ୍ରପ୍ରଦେଶ ର ବିଶାଖାପାଟଣା ଠାରୁ ଛତିଶଗଡକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଉପରେ ଦୈନିକ ହଜାର ହଜାର ଭାରୀ ଯାନ ଓ ହାଲୁକା ଯାନ ଯାତାୟାତ କରିଥାଏ l ଜାତୀୟ ରାଜପଥ ବର୍ତମାନ ଗାଈଗୋରୁ ଆଶ୍ରୟସ୍ଥଳୀ ପାଲଟିଥିବା ଯୋଗୁଁ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ଦେଖାଦେଉଛି l ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖା ଦେଉଛି,ପ୍ରହସନ ପାଲଟିଛି ପ୍ରଶାସନର କାଞ୍ଜିଆହୁଦା l ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ସହ ତ୍ୱରିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି l
Post a Comment