//BREAKING//
Loading...

ବିଦ୍ୟାଳୟ ପରିସରରୁ ଚନ୍ଦନ ଗଛ ଚୋରି


ଦେଶଦୁନିଆ ଖବର24
:(କୋଟପାଡ଼) ବିଦ୍ୟାଳୟ ପରିସରରୁ ମୂଲ୍ୟବାନ ଚନ୍ଦନ ଗଛ ଚୋରି ଅଭିଯୋଗ l ଗଛଟିର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି l ସୂଚନା ମୁତାବକ କୋଟପାଡ଼ ଅଞ୍ଚଳରେ ବହୁ ସମୟ ହେଲା ଚୋରି ଡକାୟତି ବୃଦ୍ଧି ପାଇ ଚାଲିଛି l ଅଞ୍ଚଳର ପୋଲିସ ପାଇଁ ଏହା ମୁଣ୍ଡ ବ୍ୟଥାର କାରଣ ପାଲଟି ଥିବା ବେଳେ କିନ୍ତୁ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଚୋର ମାନେ ଘଟଣା ଘଟାଇ ଖସି ଯାଉଥିବା ଦେଖିବାକୁ ମିଳୁଛି l କେତେବେଳେ ଲୋକଙ୍କ ପାଖରୁ ଟଙ୍କା ଲୁଟ ତ କେତେବେଳେ ଥାନା ପରିସରରୁ ଥାନା ବାବୁଙ୍କ ବାଇକ ଚୋରି, ପୁଣି କେତେବେଳେ କୋର୍ଟ ପରିସରରୁ ଚନ୍ଦନ ଗଛ ଚୋରି l 


 ପୋଲିସ ତଦନ୍ତ କରି କରି ନାକେଦମ l କିନ୍ତୁ ଚୋରର ପତା ମିଳୁନି l କିନ୍ତୁ ଏ ସବୁ ଭିତରେ ଟଙ୍କା ଲୁଟେରା ଓ ବାଇକ ଚୋର ମାନଙ୍କୁ ପଛରେ ପକାଇ ଚନ୍ଦନ ଗଛ ଚୋରି ବୃଦ୍ଧି ପାଇବାରେ ଲାଗିଛି l କୋଟପାଡ଼ ଥାନା ଅନ୍ତର୍ଗତ ଢାମଣାହାଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରୁ ଗତ ରାତିରେ ଏକ ବିରାଟ ଚନ୍ଦନ ଗଛ ଚୋରି ହୋଇଥିବା ବିଦ୍ୟାଳୟର ଶିକ୍ଷକ ଅଭିଯୋଗ କରିଛନ୍ତି l ଗଛଟିର ଉଚ୍ଚତା ପ୍ରାୟ 30 ଫୁଟରୁ ଉର୍ଧ୍ଵ ହେବ ବୋଲି ଜଣାଯାଇଛି l ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାଯାଇଛି l 

କୋଟପାଡ଼ରୁ ସୁଧୀର ବରାଳଙ୍କ ରିପୋର୍ଟ ଦେଶ ଦୁନିଆ ଖବର 24


Post a Comment

Previous Post Next Post