ଦେଶଦୁନିଆ ଖବର24 : ଜୟପୁର ଅଞ୍ଚଳ ର ବିଭିନ୍ନ ମାମଲା କୁ ନେଇ କୋରାପୁଟ ଏସପି ରୋହିତ ବର୍ମା ଏକ ସାମ୍ବାଦିକ ସମ୍ବିଳନୀ କରି ସୂଚନା ଦେଇଛନ୍ତି। ଗତ 4 ମାସ ଧରି ଜୟପୁର ପୋଲିସ ତରଫରୁ ଅପରାଧ ବିରୋଧୀ ନିୟନ୍ତ୍ରଣ କାର୍ଯ୍ୟକ୍ରମ କରାଯାଇ ଆସୁଛି। ଏହି 4 ମାସ ଭିତରେ ବିଭିନ୍ନ ଚୋରି ଓ ଡକାୟତି ମାମଲା ରେ 81 ଜଣ ଙ୍କୁ ଗିରଫ କରାଯାଇଛି। ତା ସହିତ ଅନେକ ଚୋରି ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି। 30 ଟି ବାଇକ, ଗୋଟେ ଟ୍ରାକ୍ଟର, 40 ବିଭିନ୍ନ ସୁନା ଅଳଙ୍କାର,10 ମଙ୍ଗଳ ସୂତ୍ର, 22 ମୋବାଇଲ, 6 ଲକ୍ଷ 75 ହଜାର ନଗଦ ଟଙ୍କା,ଗୋଟେ ମଉଜର ଜବତ କରାଯାଇଛି। ସେଇ ଭଳି ଗଞ୍ଜେଇ ଚୋରା ଚାଲାଣ ରେ ଜୟପୁର ପୋଲିସ ଭଲ କାର୍ଯ୍ୟ କରିଛି। ଗଞ୍ଜେଇ ଚୋରା ଚାଲାଣ ରେ 31 ଜଣ ଗିରଫ ସହ ଅଢେଇ ଟନ ଗଞ୍ଜେଇ ଜବତ କରାଯାଇଛି। ଅପହରଣ ମାମଲା ରେ 6 ଜଣ ଙ୍କୁ ଗିରଫ କରାଯିବା ସହିତ ନୂଆ ଆଇନ ଅନୁସାରେ 19 ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଯେଉଁ ଅପରାଧୀ ଜେଲ ରୁ ବାହାରିଛନ୍ତି। ପୋଲିସ ସେମାନଙ୍କ ଉପରେ ନଜର ରଖିଛି। ଜୟପୁର ସହର ରେ ସିସି ଆହୁରି ଅଧିକ ମାତ୍ରାରେ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରାଯାଉଛି। ପୋଲିସ ତରଫରୁ ଏକ ଟୋଲ ଫ୍ରୀ ହେଲପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛ। ଏହି ଟୋଲ ଫ୍ରୀ ହେଲପ ଲାଇନ ନମ୍ବର ଟି ହେଉଛି 9438916918 ଯଦି କୌଣସି ଅପରାଧ ଘଟେ ଏଇ ଟୋଲ ଫ୍ରୀ ନମ୍ବର ରେ ଫୋନ କରି ପୋଲିସ କୁ ଜଣାଇବା ପାଇଁ କୁହା ଯାଇଛି। ଜଣାଇଥିବା ବ୍ୟକ୍ତ ଙ୍କ ନାମ ସମ୍ପୂର୍ଣ୍ଣ ଗୋପନ ରହିବ ବୋଲି ପୋଲିସ କହିଛି।
ଜୟପୁରରୁ ଦେବଦତ୍ତପାଣିଙ୍କ ରିପୋର୍ଟ ଦେଶଦୁନିଆ ଖବର24
Post a Comment