//BREAKING//
Loading...

କୋଟପାଡ଼ ବ୍ଲକ କୁସୁମୀ ଠାରେ ମାଗଣା ଆୟୁର୍ବେଦିକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

 

 ଦେଶଦୁନିଆ ଖବର24 : ଆଇଆଇଏଫଏଲ ଆନୁକୂଲ୍ୟରେ ଓ ଯୁବ ଆୟୁର୍ବେଦ ଡାକ୍ତର ସ୍ୱାଗତ ମିଶ୍ର ଙ୍କ ସହାଭାଗିତାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର କୋଟପାଡ଼ ବ୍ଲକ ଅନ୍ତର୍ଗତ କୁସୁମୀ ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ସ୍ୱାସ୍ଥ୍ୟ ଶିବିରକୁ ପଞ୍ଚାୟତର ସରପଞ୍ଚ ଧନପତି ମୁଦୁଲି ରିବନ କାଟି ଶୁଭାରମ୍ଭ କରିଥିଲେ l ଶିବିରରେ ପ୍ରାୟ ୧୫0 ରୁ ଉର୍ଧ୍ଵ ବିଭିନ୍ନ ରୋଗରେ ପୀଡ଼ିତ ରୋଗୀ ପଞ୍ଜିକରଣ କରିବା ସହ ଡକ୍ଟରଙ୍କ ପରାମର୍ଶ କ୍ରମେ ମାଗଣା ଔଷଧ ଗ୍ରହଣ କରି ସ୍ୱାସ୍ଥ୍ୟ ସେବାର ଲାଭ ଉଠାଇଥିଲେ l କୋଟପାଡ଼ ଏକ ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ, ବହୁ ଗରିବ ଆଦିବାସୀ ଅର୍ଥାଭାବ ଯୋଗୁଁ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ରହୁଥିବା ଦେଖାଦେଇଛି l ଯାହାକୁ ନେଇ ଅଞ୍ଚଳର ଯୁବ ଡାକ୍ତର ସ୍ୱାଗତ ମିଶ୍ର ଚିନ୍ତା ପ୍ରକଟ କରିବା ସହ ମାନବ ସେବା ହିଁ ଭଗବାନ ସେବା ଭାବି ନିସ୍ଵାର୍ଥ ଭାବେ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି l ଆଉ ଡାକ୍ତର ମିଶ୍ରଙ୍କ ଏହି ସେବାକୁ ଆହୁରି ସହଜ କରିଦେଇଛି ଆଇଆଇଏଫଏଲ ନାମକ ଏକ ଘରୋଇ ବ୍ୟଙ୍କ ସଂସ୍ଥା l ଯିଏ କି ଡକ୍ଟର ମିଶ୍ର ଙ୍କ ସହ ସହଭାଗିତା କରିବା ସହ ସବୁ ସମୟରେ ମାଗଣା ଆୟୁର୍ବେଦିକ ଔଷଧ ଯୋଗାଇ ଆସୁଅଛି l ଆଇଆଇଏଫଏଲ ର ବ୍ରାଞ୍ଚ ମ୍ୟାନେଜର ସୌରଭ ବ୍ୟବର୍ତ୍ତା ଙ୍କ କହିବା ମୁତାବକ ପ୍ରତି ମାସରେ କୋଟପାଡ଼ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଏହିଭଳି ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ, ଯଦ୍ୱାରା ଅଞ୍ଚଳର ବହୁ ରୋଗୀ ଏହି ମାଗଣା ସ୍ୱାସ୍ଥ୍ୟ ଶିବିରର ଲାଭ ଉଠାଇ ପାରିବେ l




Post a Comment

Previous Post Next Post