//BREAKING//
Loading...

ପ୍ରଜାଖାନା ସଂଶୋଧନରେ ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କଲା କୁନ୍ଦୁରା ତହସିଲ


ଦେଶଦୁନିଆ ଖବର24 :
ପ୍ରଜା ଖାନା ସଂଶୋଧନରେ ରାଜ୍ୟରେ ଷଷ୍ଠ ସ୍ଥାନରେ ରହିଛି କୁନ୍ଦୁରା ତହସିଲ କାର୍ଯ୍ଯାଳୟ l ତହସିଲଦାର ବିନୋଦ କୁମାର ନାଏକଙ୍କ ସୂଚନା ଅନୁସାରେ ପ୍ରଜାଖାନା ସଂଶୋଧନ(ମୃତପଟ୍ଟାଧାରୀଙ୍କ ନାମ ପରିବର୍ତ୍ତନ)ରେ ରାଜ୍ୟର ଦଶଟି ପ୍ରଥମ ତହସିଲ ଭିତରେ କୁନ୍ଦୁରା ଷଷ୍ଠ ସ୍ଥାନରେ ରହିଅଛି l ଜିଲ୍ଲାପାଳ,ଉପ ଜିଲାପାଳଙ୍କ ନିର୍ଦ୍ଦେଶ, ବାରମ୍ବାର ତଦାରଖ ଓ ତହସିଲଦାରଙ୍କ ଆଗ୍ରହ ହେତୁ କୋରାପୁଟ ଜିଲ୍ଲାର ଏକ ଅନୁନ୍ନତ ବ୍ଲକ ରାଜ୍ଯ ସ୍ତରରେ ସଫଳ ହୋଇ ପାରିଛି l ଏଥିରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ବଡ଼ ଭୂମିକା ରହିଛି ବୋଲି କହିଛନ୍ତି ତହସିଲଦାର ଶ୍ରୀ ନାଏକ l ସେ ଗତ ୨୦୨୩ ଅକ୍ଟୋବରରେ ଦାୟିତ୍ଵ ଗ୍ରହଣ କରିବା ପରେ ତହସିଲ କାର୍ଯ୍ଯାଳୟରେ ଭିଡ଼ ଜମୁଥିଲା l ବହୁ ପୁରୁଣା କାମ ପଡ଼ି ରହିଥିଲା,ସେ ସବୁର ସୁଧାର ଆଣିବାକୁ କର୍ମଚାରୀଙ୍କ ସହ ବାରମ୍ବାର ଆଲୋଚନା କରିଥିଲେ l ବସୁନ୍ଧରା ଯୋଜନା ହେଉ କି ପ୍ରଜାଖାନା, ଜାତିଗତ,ବାସିନ୍ଦା,ଆୟ ଆଦି ପ୍ରମାଣ ପତ୍ର ଖୁବ ଶୀଘ୍ର ପ୍ରଦାନ କରାଯାଉଛି l ଏଥିରେ ଲୋକଙ୍କର କିଛି ଅଭିଯୋଗ ନାହିଁ l ସେହିଭଳି ତହସିଲ କାର୍ଯ୍ଯାଳୟର ସମସ୍ତ ପ୍ରକାର କାର୍ଯ୍ୟରେ ବହୁ ଅଗ୍ରଗତି ହୋଇଛି l ସର୍ବସାଧାରଣଙ୍କୁ ତ୍ୱରିତ ସେବା ପ୍ରଦାନରେ କୁନ୍ଦୁରା ତହସିଲ କାର୍ଯ୍ଯାଳୟ ଜିଲ୍ଲାରେ ମଧ୍ଯ ପ୍ରଥମ ସ୍ଥାନରେ ରହିଥିବା ସୂଚନା ଦେଇଛନ୍ତି l

Post a Comment

Previous Post Next Post