//BREAKING//
Loading...

କୋଟପାଡ଼ ବ୍ଳକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ୟୂଏଏସକୁ ବିରୋଧ ବିଇଓଙ୍କୁ ସ୍ମାରକପତ୍ର


ଦେଶଦୁନିଆଖବର24:
କୋଟପାଡ଼:କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟପାଡ଼ ବ୍ଳକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ୟୁନିଫଏଡ ଆଟୋମେନସ ସିଷ୍ଟମ ବିରୋଧରେ କୋଟପାଡ଼ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବାଞ୍ଛାନିଧି ହରିଜନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ଖବର ହସ୍ତଗତ ହୋଇଛି। ବର୍ତ୍ତମାନ ପରିସ୍ଥିତିରେ ୟୁଏଏସ ଲାଗୁନକରିବା ପାଇଁ ସଂଘର ସଭାପତି ଶ୍ରୀ ସନ୍ତୋଷ କୁମାର ଦୁର୍ବେଙ୍କ ନେତୃତ୍ୱରେ ଓ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉପସ୍ଥିତିରେ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ କୋଟପାଡ଼ ବ୍ଲକ ପିଷ୍ଟା ସଂଗଠନର ସଂପାଦକ ତୁଳାରାମ ମାଝୀ,ଆଇନ ପରାମର୍ଶଦାତା ଶ୍ରୀ ଅଜିତ ପଟ୍ଟନାୟକ, ଉପଦେଷ୍ଟା ଶ୍ରୀ ସୁଧିର ମହାନ୍ତି, ଗୋପାଳ ସମରଥ, ଡମ୍ବରୁଧର ପୂଜାରୀ, ପ୍ରଦୀପ ପ୍ରଧାନ, ବଦ୍ରିନାଥ ନାୟକ, ମାନସ ମଣ୍ଡଳ, ଇଶ୍ଵର ଭଣ୍ଡାରୀ, ନବୀନ ଚଲାଣ,ତିର୍ଥବାସୀ ଚୈଧୁରି,ଏକ୍ସ କ୍ୟାଡ଼ର ସଂଘର ସଭାପତି କୈଳାସ ବିଷୋୟୀଙ୍କ ସହ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏଠାରେ ପ୍ରକାଶଯୋଗ୍ୟଯେ ରାଜ୍ୟ ସରକାର ୟୁଏଏସ ଜରିଆରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଦୈନିକ ଉପସ୍ଥାନ ନେବାପାଇଁ ନିର୍ଦ୍ଦେଶ କରାଯାଇଛି ତାହାକୁ ବିରୋଧ କରାଯାଇନାହିଁ। କିନ୍ତୁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ୟୁଏଏସ ପାଇଁ ଉପଯୁକ୍ତ ଭିତ୍ତିଭୂମି ନାହିଁ। ବର୍ତ୍ତମାନ ସୁଦ୍ଧା ଉପାନ୍ତ ଅଞ୍ଚଳରେ ଇଣ୍ଟରନେଟ ସୁବିଧା ପହଞ୍ଚିପାରିନାହିଁ। ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଶତପ୍ରତିଶତ ମୋବାଇଲ କି ଟାବଲେଟ ଯୋଗାଇ ଦିଆଯାଇନାହିଁ।ଯାହାବି ଦିଆଯାଇଛି ସେଥିରେ ସିମ୍ କି ଇଣ୍ଟରନେଟର ବ୍ୟବସ୍ଥା ନାହିଁ।ଶିଶୁବାଟିକା ଖୋଲାଗଲା କିନ୍ତୁ ଶିକ୍ଷକ ନିଯୁକ୍ତି କି ଅତିରିକ୍ତ ଶ୍ରେଣୀଗୃହ କରାଯାଇନାହିଁ। ଜିଲ୍ଲାରେ ଶିକ୍ଷକ ପ୍ରମୋସନ ତ୍ୱରାନ୍ୱିତ ହେଉନାହିଁ। ଭିତ୍ତିଭୂମି ସଜାଡ଼ିବା ପର୍ଯ୍ୟନ୍ତ ୟୁଏଏସ ଲାଗୁନକରିବାକୁ ସଂଘ ପକ୍ଷରୁ ଦାବୀ କରାଯାଇଥିବା ଜଣାପଡ଼ିଛି। 


Post a Comment

Previous Post Next Post