//BREAKING//
Loading...

ଦୁର୍ନୀତିର ଦୁର୍ଗନ୍ଧରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ


ଦେଶଦୁନିଆ ଖବର24 :
ବ୍ଲକ ଉନ୍ନୟନ ସମୀକ୍ଷା ବୈଠକ କାଶୀପୁର ପଞ୍ଚାୟତ ସମିତି କାର୍ଯାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସମୀକ୍ଷା ବୈଠକ ରେ ରାୟଗଡ଼ା ବିଧାୟକ ଶ୍ରୀ କାଡ୍ରାକା ଆପାଲ ସ୍ୱାମୀ ଉପସ୍ଥିତ ରହିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବିଜୟୀ କୁମାର ସୋଏ ସ୍ୱୟଂ ବୈଠକ ର ଅଧକ୍ଷତା କରିଥିଲେ ଏବଂ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ଐଶ୍ୱର୍ଯ୍ୟ ଭଞ୍ଜଦେଓ ପ୍ରତକ୍ଷ ଭାବେ କାର୍ଯ୍ୟ ଭାର ତୁଲାଇଥିଲେ । ପ୍ରଥମେ ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ରେଙ୍ଗୁ ନାଏକଙ୍କ ବିୟୋଗରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ଉପସ୍ଥିତ ବ୍ଲକ ର ସମସ୍ତ ସରକାରୀ ବିଭାଗୀୟ ଅଧିକାରୀଙ୍କୁ ସମୀକ୍ଷା ବୈଠକ ରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ଶ୍ରୀ କାଡ୍ରାକା । ୧୮୦୦୦୦ ଏକଲକ୍ଷ ଅସିଏ ହଜାର ଟଙ୍କା ରେ କ୍ରୟ ହୋଇଥିବା ଏକ ବ୍ୟାଗ ସିମେଣ୍ଟ ମୋନରେଗା ଯୋଜନା ଘଟଣାରେ କାଶୀପୁର ବ୍ଲକ ସମଗ୍ର ରାଜ୍ୟରେ ଦୁର୍ନୀତି ମାନ୍ୟତା ରେ ଏକନମ୍ବର । କିଛି ଦିନ ହେବ ରାୟଗଡା ଜିଲ୍ଲା ର କାଶୀପୁର ବ୍ଲକ ପୂଣି ଚର୍ଚ୍ଚାରେ ଜଳଛାୟା,ଉଦ୍ୟାନ କୃଷି,ବ୍ଲକ ଉନ୍ନୟନ,କୃଷିଉନ୍ନୟନ ଭଳି ବିଭିନ୍ନ ବିଭାଗ ର ବାବୁ ମାନେ ଦୁର୍ନୀତି ଜାଲରେ ଜଣେ ପରେ ଜଣେ ଛନ୍ଦି ହେଉଛନ୍ତି । ଏହିଭଳି ବ୍ଲକ ର ବିଭିନ୍ନ ସରକାରୀ ବିଭାଗରେ ଉନ୍ନତି ମୂଳକ ଉଦେଶ୍ୟରେ କାର୍ଯ୍ୟ କରାଯାଉନାହିଁ । ଅଧିକାରୀ ଠାରୁ ତଳକର୍ମଚାରି ପର୍ଯ୍ୟନ୍ତ ଦୁର୍ନୀତି ଗ୍ରସ୍ତ ବୋଲି ବିଧାୟକ ବର୍ଷି ଥିଲେ । ବ୍ଲକ ଉନ୍ନୟନ, ମୋନରେଗା, ପ୍ରଧାନମନ୍ତ୍ରୀ ଆବାସ,ସମ୍ମନୀତ ଶିଶୁ ବିକାଶ ବିଭାଗ,ବନବିଭାଗ,ଶିକ୍ଷା ବିଭାଗ,ଗ୍ରାମ୍ୟ ଜଳ ଯୋଗାଣ ବିଭାଗ,ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଳଛାୟା ପ୍ରକଳ୍ପ,ଉଦ୍ୟାନ କୃଷି ବିଭାଗ ଉପରେ ବିଧାୟକ ସବ୍ଦ ବାଣ ଛାଟି ଥିବା ପରିଲକ୍ଷିତ ହୋଇଥିଲା । ଅଧିକାରୀ ମାନେ ନିଜ ଦକ୍ଷତା ନ ତୁଲାଇ ସରକାରୀ କାର୍ଯ୍ୟକୁ ଅବହେଳା କରିଛନ୍ତି ଓ ସରକାରଙ୍କୁ ଫାଙ୍କି ସରକାରୀ ଅର୍ଥକୁ ଆତ୍ମସାତ କରୁଛନ୍ତି ବୋଲି ପନ୍ଦର ଦିନ ଭିତରେ ସମସ୍ତ ବିଭାଗରୁ ପାଞ୍ଚ ବର୍ଷର ତଥ୍ୟ ପ୍ରଦାନକରନ୍ତୁ ବୋଲି ରୋକଠୋକ କହିଥିଲେ ବିଧାୟକ । ବାସ୍ତବିକତା ରେ କାଶୀପୁର ବ୍ଲକ ରେ ଯେଉଁଭଳି ସରକାରୀ ବିଭାଗ ମାନଙ୍କରେ ଦୁର୍ନୀତି ହେଉଛି ଏହା ବୋଧେ ସମଗ୍ର ରାଜ୍ୟରେ କେଉଁଠି ହେଉ ନ ଥିବା ଦର୍ଶାଇ ଏହାର ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ରୀୟ ଭିଜିଲାନ୍ସ କୁ ସମସ୍ତ ତଥ୍ୟ ଦିଆଯିବ ବୋଲି ବିଧାୟକ ଶ୍ରୀ କାଡ୍ରାକା ପ୍ରକାଶ କରିଥିଲେ । ବ୍ଲକ ଉନ୍ନୟନ କାର୍ଯ୍ୟ ସମୀକ୍ଷା ବୈଠକରେ ଅନ୍ୟ ବିଭାଗ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ,ନଗର ଓ କଠାବାଡି ନିର୍ମାଣ ବିଭାଗ,କୃଷି ବିଭାଗ ଓ ଅନ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କ ସମେତ ସମସ୍ତ ଯନ୍ତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ରାୟଗଡ଼ାରୁ ପଦ୍ମନ ଭତ୍ରାଙ୍କ ରିପୋର୍ଟ 


Post a Comment

Previous Post Next Post