‘ମେଁ ଖିଲାଡୀ ତୁ ଅନାଡୀ ।’ ବଲିଉଡ୍ ଗୀତରେ ରୁଚି ରଖୁଥିବା ଅଧିକାଂଶ ଶ୍ରୋତା ଉଦିତ ନାରାୟଣ, ଅଭିଜିତ ଭଟ୍ଟାଚାର୍ଯ୍ୟ ଓ ଅନୁ ମଲିକ୍ ଗାଇଥିବା ‘ମେଁ ଖିଲାଡୀ ତୁ ଅନାଡୀ’ ଫିଲ୍ମର ଟାଇଟଲ୍ ଗୀତ ନିଶ୍ଚୟ ଶୁଣିଥିବେ। ୧୯୯୪ ମସିହାରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସ୍ରେ ଭଲ ବ୍ୟବସାୟ କରିଥିଲା। ଫିଲ୍ମର କାହାଣୀ ସହ ସୁପର୍ଷ୍ଟାର୍ ଅକ୍ଷୟ କୁମାର-ସୈଫ୍ ଅଲୀ ଖାନ୍ଙ୍କ ଯୋଡ଼ି ସମସ୍ତଙ୍କୁ ପସନ୍ଦ ଆସିଥିଲା। ଏହି ଫିଲ୍ମ ଦୁହିଁଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା। ବିଶେଷକରି ଅକ୍ଷୟ କୁମାରଙ୍କୁ ଖିଲାଡୀ କୁମାର ନାମ ଦେଇଥିଲେ ପ୍ରଶଂସକ। ଏହି ଫିଲ୍ମ ପରେ ଶେଷଥର ପାଇଁ ଦୁହେଁ ୨୦୦୮ରେ ରିଲିଜ୍ ହୋଇଥିବା ଫିଲ୍ମ ‘ତଶନ୍’ରେ ନଜର ଆସିଥିଲେ। ଏବେ ପ୍ରାୟ ୧୭ବର୍ଷ ପରେ ଦୁହେଁ ଏକାଠି ଫେରୁଥିବା ଜଣାଯାଇଛି। ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ଏକ ଫିଲ୍ମରେ ଦୁହେଁ ଏକାଠି କାମ କରିବେ ବୋଲି ଜଣାପଡ଼ିଛି। ଏହି ଫିଲ୍ମର ନାମ ‘ହେୱାନ୍’ ରଖାଯାଇଥିବା ବେଳେ ଏଥିରେ ଅକ୍ଷୟ ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହେବେ। ଆସନ୍ତା ଅଗଷ୍ଟରେ ଏହାର ସୁଟିଂ ଆରମ୍ଭ ହେବା ସହ ୨୦୨୬ରେ ଫିଲ୍ମଟି ରିଲିଜ୍ ହେବ ବୋଲି ସୂଚନା ରହିଛି। ତେବେ ଫିଲ୍ମରେ ତାଙ୍କ ବିପକ୍ଷରେ ନାୟିକା କିଏ ରହିବେ, ତାହା ସ୍ପଷ୍ଟ ହୋଇନାହିଁ। ତେବେ ଫିଲ୍ମ ‘ତଶନ୍’ ଓ ‘ମେ ଖିଲାଡୀ ତୁ ଅନାଡୀ’ ବ୍ୟତୀତ ଦୁହେଁ ‘ୟେ ଦିଲ୍ଲଗୀ’, ‘ତୁ ଚୋର୍ ମେଁ ସିପାହୀ’ ଓ ‘କିମତ୍’ରେ ନଜର ଆସିଥିଲେ। ଯଦି ଆମେ ଦୁହିଁଙ୍କ ଶେଷ ଅଭିନୀତ ଫିଲ୍ମ କଥା କହିବା ତେବେ ଅକ୍ଷୟ ଏବେ ଫିଲ୍ମ ‘ଭୂତ୍ ବଙ୍ଗ୍ଲା’ର ସୁଟିଂ ଶେଷ କରିଥିବା ବେଳେ ସୈଫ୍ ଶେଷଥର ପାଇଁ ‘ଜୁଏଲ୍ ଥିଫ୍’ରେ ନଜର ଆସିଥିଲେ।
ନ୍ୟୁଜ୍ ରିଲ୍: ୧୭ବର୍ଷ ପରେ ଏକାଠି ହେଲେ ଖିଲାଡୀ-ଅନାଡୀ
By: DESH DUNIYA KHABAR 24
0
Tags
Entertainment
Post a Comment