ଦେଶଦୁନିଆ ଖବର24 : ଅବିଭକ୍ତ କୋରାପୁଟ ଜିଲ୍ଲା ଗୋଟିଏ ଆଦିବାସୀ ଅଞ୍ଚଳ ହୋଇଥିଲା ବେଳେ,ଏହି ଅଞ୍ଚଳରୁ ଜନ୍ମ ନେଇଥିଲେ ବହୁ ସଂଗ୍ରାମୀ l ତନମଧ୍ୟରୁ ଅବିଭକ୍ତ କୋରାପୁଟ ଜିଲ୍ଲାର କିଛି ସ୍ୱାଧୀନତା ସଂଗ୍ରାମୀଙ୍କ ଯୋଗଦାନ ଇତିହାସରେ ଅତୁଳନୀୟ l ସେହି ଦେଶ ଭକ୍ତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ମଧ୍ୟରୁ ଅନେକ ସଂଗ୍ରାମୀ ଇଂରେଜ ମାନଙ୍କ ଗୁଳିରେ ସହୀଦ ହୋଇଥିଲେ l ଆଜିକୁ ଠିକ ୮୩ ବର୍ଷ ତଳେ ଅର୍ଥାତ ୧୯୪0 ଅଗଷ୍ଟ ୨୧ ଏବଂ ଅଗଷ୍ଟ ୨୪ ତାରିଖରେ ସେତେବେଳର କୋରାପୁଟ ଜିଲ୍ଲାରେ ଥିବା ପାପଡାହାଣ୍ଡି ଓ ମାଥିଲି ଗୋରା ସାହେବ ମାନଙ୍କ ଦ୍ୱାରା ହୋଇଥିବା ଗୁଳି କାଣ୍ଡ ରେ ଶହ ଶହ ଦେଶ ଭକ୍ତ ସହୀଦ ହୋଇଥିଲେ l ଏହି ମାଟିର ଅନନ୍ୟ ଦେଶପ୍ରେମୀ, ଅସୀମ ତ୍ୟାଗ, ଅଦମ୍ୟ ସାହସ ଓ ବୀରତ୍ୱର ପ୍ରତୀକ ବୀର ସହୀଦ ମାନଙ୍କ ଲହୁରେ ସମଗ୍ର ଭାରତ ବର୍ଷରେ ଏହି ବଳିଦାନ ଥିଲା ବିରଳ l ଇଂରେଜ ସରକାରଙ୍କ ବର୍ବରତାର ଅବିସ୍ମରଣୀୟ ଅଧ୍ୟାୟ, ବୀର ସହୀଦ ସଂଗ୍ରାମୀ ମାନଙ୍କ କରୁଣ କାହାଣୀ ଓ ସେମାନଙ୍କ ବଳିଦାନ ଗାଥା ଆଜି ଇତିହାସର ମୁକ ସାକ୍ଷୀ ହୋଇ ରହିଯାଇଛି l ଏହି ଅଗଷ୍ଟ ୨୧ ଓ ୨୪ ଦୁଇ ଦିନକୁ ମନେ ରଖି ମହାନ କୋରାପୁଟିଆ ସହିଦଙ୍କ ସ୍ମୃତିଚାରଣ ପାଇଁ ସ୍ଥାନୀୟ ଗୋପବନ୍ଧୁ ପାଠାଗାର ଠାରେ ଗୁଳିକାଣ୍ଡ ଦିବସ ପାଳନ କରାଯାଇଥିଲା l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କମଲେଶ ମହାନ୍ତ,କୋଟପାଡ଼ ବିଡ଼ିଓ ସନ୍ଧ୍ୟାରାଣୀ ସମରଥ, ଏନଏସି ଅଧକ୍ଷ ଏମ. ଶଙ୍କର ରାଓ,ଗୋପବନ୍ଧୁ ପାଠଗାର ସଭାପତି ଗଣେଶ ପଣ୍ଡାଙ୍କ ସହିତ ଅନ୍ୟାନ୍ୟ ଅତିଥିଙ୍କ ସହ କୋଟପାଡ଼ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକାଇ ସ୍ମୁତି ଚାରଣ ସହ ସହୀଦ ସଂଗ୍ରାମୀ ମାନଙ୍କ ବିଷୟରେ ସଭାରେ ବିସ୍ତୃତ ଆଲୋଚନା ହୋଇଥିଲା l

Post a Comment