ଦେଶଦୁନିଆ ଖବର24 : କୁନ୍ଦୁରା :ଆଜିକୁ ଦୁଇ ଦିନ ହେଲାଣି ଜଳବନ୍ଦୀ ଘେରରେ ବ୍ଲକର ବିଭିନ୍ନ ଅଞ୍ଚଳ l କୁନ୍ଦୁରା ବ୍ଲକରେ ବହୁଳ ବର୍ଷା ହୋଇ ନ ଥିଲେ ବି ଉପର ମୁଣ୍ଡରେ ବର୍ଷା ଓ କୋଲାବ ନଦୀରେ ଭରା ପାଣି ଥିବାରୁ କମୁନାହିଁ ଜଳସ୍ତର l ସମଗ୍ର ବ୍ଲକ ଅଞ୍ଚଳ ଦୁଇ ଦିନ ହେଲା ପାଣି ଘେରରେ ରହିଛି l ବ୍ଲକ ସଦରକୁ ଦିଗାପୁର,ବାଗଦେରୀ, ଲିମା,ଆସନା, ଫୁଲଭଟ୍ଟା, କେରମେଟି ଆଦି ପଞ୍ଚାୟତ ଠାରୁ ବ୍ଲକ ସଦର ସଂଯୋଗ କରୁଥିବା ଘାଡଙ୍ଗାଗୁଡ଼ା, ଲିମା, କୂର୍ଲୁ ନଦୀ ପୋଲ ଓ ରାସ୍ତା ଉପରେ ଦୁଇ,ତିନି ଫୁଟ ବର୍ଷା ପାଣି ପ୍ରବାହିତ ହେଉଛି l ଦିଗାପୂର ଅଞ୍ଚଳରେ ନାଡ଼ିଆଲପାଲୀ ଓ ବରଗାଁ ମଝିରେ ଥିବା ବିରି ନଦୀ ଉପରେ ସର୍ବାଧିକ ତିନିରୁ ଚାରି ଫୁଟ ପାଣି ପ୍ରବାହିତ ହେଉଛି l ବିରି ନଦୀରେ ଗତକାଲି ସନ୍ଧ୍ୟାରେ ପାଣି କମିବାରୁ ଯାତାୟତ ସ୍ଵାଭାବିକ ହୋଇଥିଲା l ଆଜି ସକାଳୁ ପୁଣି ଗତକାଲି ଠାରୁ ଅଧିକ ଚାରି ପାଞ୍ଚ ଗୁଣା ପାଣି ବଢିଛି l ନଦୀ ଦୁଇ ପାର୍ଶ୍ଵରେ ଥିବା ଏହି ଦୁଇ ଗାଁରୁ ଅତି ନିକଟରେ ପହଞ୍ଚିଛି ପାଣି l ଆଜି ରାତିରେ ବର୍ଷା ଲାଗି ରହିଲେ ନଇ କୁଳିଆ ଗାଁ ମାନଙ୍କରେ ପାଣି ପଶିବାର ଆଶଙ୍କା ରହିଛି l ଘାଡଙ୍ଗାଗୁଡ଼ା ପୋଲ ଉପର ସୁରକ୍ଷା ପାଚେରୀ ଭାଙ୍ଗି ନଷ୍ଟ ହୋଇ ଯାଇଛି l ସେହିଭଳି ଭୂଷାଙ୍ଗଗୁଡ଼ା ପଞ୍ଚାୟତ କଟାରିପୁଟ ପଟରା ନଦୀଫୁଲି ଗାଁ ଭିତରକୁ ପାଣି ପଶିବା ସ୍ଥିତି ହେଲାଣି l କଟାରି ପୁଟ ଅଞ୍ଚଳ ସହ ସଲପା ଓ ଜଯପୁରକୁ ଯୋଗାଯୋଗ ବିଛିନ୍ନ ରହିଛି l ରାତିରେ ବର୍ଷା ଲାଗି ରହିଲେ ହା ଭିତରକୁ ପଶିବ ପାଣି ଯାହାକୁ ନେଇ ଅଞ୍ଚଳ ବାସୀ ଆତଙ୍କିତ ଅଛନ୍ତି l ଏହି ଅଞ୍ଚଳ ବିଷୟରେ ବ୍ଲକ ପ୍ରଶାସନ ନିକଟରେ ସୂଚନା ନ ଥିଲା l ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କୁ ଗାଁ ଲୋକେ ସୂଚନା ଦେବାପରେ ସେ ବ୍ଲକ ପ୍ରଶାସନକୁ ସୂଚନା ଦେଇଥିଲେ l ଅତିରିକ୍ତ ତହସିଲଦାର ଅଶୋକ କୁମାର ପାଲଙ୍କ ସହ ସମସ୍ତ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସହ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରିଥିଲେ l ଦିଗାପୂର ଅଞ୍ଚଳରେ ପ୍ରାୟ ପାଞ୍ଚ ଶହ ଓ କଟାରୀପୁଟ ଅଞ୍ଚଳରେ ପ୍ରାୟ ଛଅ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଛି l ଶେଷ ପର୍ଯ୍ୟାୟରେ ରୁଆ ସରିଥିବା ଜମି ଗୁଡ଼ିକର ଧାନ ଗଛ ଭାଷି ଯାଇଛି, ଚାଷୀଙ୍କ କ୍ଷୟକ୍ଷତି ହୋଇଛି l ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇଦେବାକୁ ଉପାଧ୍ୟକ୍ଷ ଶ୍ରୀ ସାମନ୍ତରାୟ କହିଛନ୍ତି l କୁନ୍ଦୁରା ଚାରିପଟେ ଘେରି ରହିଥିବା ଛୋଟ ନଦୀ ଗୁଡ଼ିକର ପାଣି କୋଲାବ ନଦୀରେ ମିଶିଥାଏ ଯେହେତୁ କୋଲାବ ନଦୀ ରେ ପାଣି ଭର୍ତି ରହିଛି ତେଣୁ ନିଷ୍କାସନ ହୋଇ ପାରୁନାହିଁ ତେଣୁ ଜଳସ୍ତର ବଢୁଛି l କୁନ୍ଦୁରା ଥାନା ଅଧିକାରୀ ଅଶ୍ୱନୀ କୁମାର ପଟ୍ଟନାୟକ, ବୈପାରୀଗୁଡ଼ା ଥାନା ଅଧିକାରୀ ରଶ୍ମୀ ରଞ୍ଜନ ପ୍ରଧାନ କୁନ୍ଦୁରା ଅତିରିକ୍ତ ଶ୍ରୀ ପାଲ ପ୍ରମୁଖ ଏ ସବୁ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି l ଯେଉଁ ସବୁ ଅଞ୍ଚଳରେ ପୋଲ ଓ ରାସ୍ତା ଉପରେ ପାଣି ଚାଲୁଛି ସେ ସବୁ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ବ୍ୟାରିକେଡ କରି ରାସ୍ତା ବନ୍ଦ କରାଯାଇଛି l ଯାତାୟତ ବନ୍ଦ ରହିଥିଲେ ବି ଅନ୍ୟ କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି ଅତିରିକ୍ତ ତହସିଲଦାର l

Post a Comment