//BREAKING//
Loading...

କଲ୍ୟାଣସିଂହପୁର ବିଜେପି ପକ୍ଷରୁ କଂଗ୍ରେସ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ

 ଦେଶ ଦୁନିଆ ଖବର24 : ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚାର ନିରଞ୍ଜନମହାନନ୍ଦିଆ,ସମେଶ୍ୱରକୌଶଲ୍ୟା,ନବୀନକାଡ୍ରାକା,ସଂଜୁତିଆକା,ନକୁଳବେନିଆ,ସିନ୍ଧୁକୁଲିସିକା,ଭୋବାନି,ଲୋୟା,ସନ୍ଦୀପ,ଗୁଡଲା,ରଘୁହିଆଲ,ଶିବପ୍ରସାଦପଟ୍ଟନାୟକଙ୍କ


ନେତୃତ୍ୱରେ ଦଳ ତରଫରୁ କଂଗ୍ରେସ ଦଳର ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଉଦିତ ପ୍ରଧାନ ଙ୍କ ଦ୍ୱାରା ପ୍ରାୟ ଚାରି ମାସ ତଳୁ ଘଟିଥିବା ଦୁଷ୍କର୍ମ ଅଭିଯୋଗକୁ ନେଇ ସ୍ଥାନୀୟ କାଳିସୁନ୍ଦରୀ ଛକ ଠାରୁ କଂଗ୍ରେସ ପାର୍ଟି ହାଏ ହାଏ,ରାହୁଲ ଗାନ୍ଧୀ ହାଏ ହାଏ,ଭକ୍ତ ଦାସ ହାଏ ହାଏ, ନାରାବାଜି ସହ କଲ୍ୟାଣ ସିଂହପୁର ସହର ପରିକ୍ରମା କରିଥିଲେ | ଶେଷରେ ସହରର ମୁଖ୍ୟ ବଜାର ଇନ୍ଦିରା ସୃତି ସଦନ ଛକରେ ରାହୁଲ ଗାନ୍ଧୀ ଓ ଭକ୍ତ ଦାସଙ୍କ କୁଶ ପୁତ୍ତଳିକା କୁ ଅଣ୍ଡା ମାଡ଼ କରି ଦୋହନ ସହ ଭକ୍ତ ଦାସ ଙ୍କ ଇସ୍ତଫା ଦାବି କରିଥିଲେ | ଏଥିରେ ବ୍ଲକର ବି ଜେ ପି ଦଳର ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀ ଙ୍କ ସହ ବି ଜେ ପି ର ଅନେକ କର୍ମକର୍ତ୍ତା ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା | ରାୟଗଡାରୁ ପଦ୍ମନ ଭତ୍ରାଙ୍କ ରିପୋର୍ଟ ଦେଶ ଦୁନିଆ ଖବର24

Post a Comment

Previous Post Next Post