ଦେଶଦୁନିଆ ଖବର24 : ରିପୋର୍ଟ - ପଦ୍ମନ ଭତ୍ରା (ରାୟଗଡା) : ବିଷାକ୍ତ ସାପ କାମୁଡାରେ ମହିଳା ସରପଞ୍ଚଙ୍କ ମୃତ୍ୟୁ,ଏଭଳି ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା ସଦର ବ୍ଳକ୍ କୁଲି ସଦର ପଞ୍ଚାୟତ ରେ । ମୃତ ସରପଞ୍ଚଙ୍କ ନାମ ଶ୍ରୀମତୀ ମାଙ୍ଗି କାଡ୍ରାକା,ସେ ରାତି ଖାଇପିଇ ଘରେ ଶୋଇଥିଲେ ମଧ୍ୟ ରାତ୍ରି ପ୍ରାୟ ସାଢେ଼ ଦୁଇଟାରେ ବିଷାକ୍ତ ସାପ ଡାହାଣ ଗୋଡ଼ରେ କାମୁଡି ଥିଲା ଏହା ଜାଣିବା ପରେ ତାଙ୍କ ସ୍ଵାମୀ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ | ଆମ୍ବୁଲାନ୍ସ ର ଲାଇଟ୍ ସମସ୍ୟା ଦର୍ଶାଇ ପ୍ରାୟ ଘଣ୍ଟାଏ ବିଳମ୍ବରେ ପହଞ୍ଚି ଥିଲା ପରେ ପରିବାର ବର୍ଗ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ | ଚିକିତ୍ସା ଅବସ୍ତାରେ ଡାକ୍ତର ଶ୍ରୀମତୀ ମାଙ୍ଗି ଙ୍କୁ ମୃତ ଘୋଷଣା କରିଛନ୍ତି | ଏନେଇ ଚାନ୍ଦିଲି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ମରଶରୀରକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଥିବା ନେଇ ଚାନ୍ଦିଲି ଆଇଆଇସି ଉତ୍ତମ କୁମାର ସାହୁ ସୁଚନା ଦେଉଛନ୍ତି ।

Post a Comment