ଦେଶଦୁନିଆ ଖବର24 : ଢ଼େଙ୍କାନାଳ ଜିଲ୍ଲାରେ ବଜ୍ରପାତରେ ଅଧିକ ଜୀବନ ହାନୀ ଘଟୁଥିବାରୁ ଜନସାଧାରଣଙ୍କୁ ସଚେତନ କରାଇ ସାବଧାନତା ଅବଲମ୍ବନ କରିବା ନିମନ୍ତେ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ସଚ଼େତନତା ରଥ ପରିକ୍ରମାର ଶୁଭାରମ୍ଭ ହୋଇଛି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆୟୋଜିତ ଏହି ସଚେତନତା ରଥକୁ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ଏବଂ ଜିଲ୍ଲା ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଭିଷେକ ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଜିଲ୍ଲାର ସମସ୍ତ ୨୧୪ଟି ଗ୍ରାମ ପଞ୍ଚାୟତରେ ବୁଲି ଜନସାଧାରଣଙ୍କୁ ବଜ୍ରପାତ ପ୍ରତି ସାବଧାନତା ଅବଲମ୍ବନ କରିବାପାଇଁ ବଜ୍ରପାତ ସମୟରେ କଣ କରିବେ ଓ କଣ କରିବେ ନାହିଁ ସେ ସମ୍ପର୍କରେ ସଚେତନ କରିବ ।

Post a Comment