//BREAKING//
Loading...

କୋରାପୁଟ କଫିକୁ ପ୍ରଶଂସା,ଚାଷକୁ ନେଇ ଅସନ୍ତୋଷ ପ୍ରକାଶ କଲେ ରାଜ୍ୟପାଳ



ଦେଶଦୁନିଆ ଖବର24 :
କୋରାପୁଟ ଗସ୍ତରେ ରାଜ୍ୟପାଳ ଡଃ.ହରିବାବୁ କମ୍ଭମପତି। ଜୟପୁର ବିମାନ ବନ୍ଦର ରେ ଅବତରଣ କରିବା ପରେ ରାଜ୍ୟପାଳ ଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏହା ପରେ ସିଧାସଳଖ କୋରାପୁଟ ସ୍ଥିତ କଫି ବୋର୍ଡ ରେ କଫି ଷ୍ଟଲ ଓ ବଗିଚା ବୁଲି ଦେଖିବା ସହିତ କଫି ଚାଷୀ ଏସଏଚଜି ମହିଳା ଓ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। କୋରାପୁଟ କଫି ର ସ୍ୱାଦ ନିଆରା। କଫି ପିଇବା ସହିତ କୋରାପୁଟ କଫି କୁ ପ୍ରଶଂସା କରିଥିଲେ। କୋରାପୁଟ ଜ଼ିଲ୍ଲାରେ 4 ଲକ୍ଷ ହେକ୍ଟର କଫି ଚାଷ ପାଇଁ ସୁଯୋଗ ଥିବା ବେଳେ ଜ଼ିଲ୍ଲାରେ ମାତ୍ର 4 ହଜାର ହେକ୍ଟର ରେ କଫି ଚାଷ କରାଯାଉଛି। 4 ହଜାର ରୁ 2500 ହେକ୍ଟର ଘରୋଇ କଫି ଚାଷୀ ଚାଷ କରୁଛନ୍ତି। ଜ଼ିଲ୍ଲାରେ କଫି ଚାଷୀ ପାଇଁ ସୁଯୋଗ ଥିଲେ ମଧ୍ୟ ବହୁ କମ୍ ପରିମାଣରେ କଫି ଚାଷ ହେଉଥିବାକୁ ନେଇ ରାଜ୍ୟପାଳ ଅସନ୍ତୋଷ ପ୍ରକାଶ କରିଥିଲେ। ଜ଼ିଲ୍ଲାରେ କିପରି ବହୁଳ ପରିମାଣ ରେ କଫି ଚାଷ ହୋଈ ପାରିବ ସେ ନେଇ ଜ଼ିଲ୍ଲାପାଳ ଓ କଫି ଅଧିକାରୀଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି। ସରକାରୀ ଜମି ରେ କଫି ଚାଷ ପାଇଁ କିପରି ବ୍ୟବସ୍ଥା ରହିଛି ସେ ନେଇ ଆଲୋଚନା କରିଥିଲେ। ବାହାର ଜ଼ିଲ୍ଲାର କଫି ଚାଷୀ ମାନଙ୍କୁ ଆକୃଷ୍ଠ କରିବା ପାଇଁ ଏକ ମ୍ୟାପ ତିଆରି କରିବା ପାଇଁ ରାଜ୍ୟପାଳ ନିର୍ଦେଶ ଦେଇଛନ୍ତି । 


 ଜ଼ିଲ୍ଲାରେ ବିଶେଷ କରି ଆଦିବାସୀ ମାନଙ୍କ ଜମି ରହିଁଛି। ସେ ସବୁ ଜମିକୁ ଘରୋଇ କଫି ଚାଷୀ ମାନଙ୍କୁ ଦିଆଯାଇ ପାରିବ ନାହିଁ। ତେଣୁ ଘରୋଇ ଚାଷୀ ମାନଙ୍କୁ ନିଜ ଜମିରେ କିପରି କଫି ଚାଷ କରିବା ପାଇଁ ଆକୃଷ୍ଠ କରି ହେବ ସେ ନେଇ ଏକ ମ୍ୟାପ କରିବାକୁ ରାଜ୍ୟପାଳ କହିଥିଲେ ବୋଲି କୋରାପୁଟ କଫି ବୋର୍ଡ଼ର ଅଧିକାରୀ ଉପେନ୍ଦ୍ର କୁମାର ସାହା କହିଛନ୍ତି। କଫି ଚାଷ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଖର୍ଚ୍ଚ ପରିମାଣ ରେ ଚାଷ ହୋଈ ନ ଥିବା କୁ ନେଇ ଜ଼ିଲ୍ଲାରେ ଅସନ୍ତୋଷ ଦେଖା ଦେଇଛି। ରାଜ୍ୟପାଳ ଙ୍କ ଗସ୍ତ ପରେ ଜ଼ିଲ୍ଲାରେ କଫି ଚାଷ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।ଏହି ଗସ୍ତ ସମୟରେ ଜ଼ିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ,ଏସପି ରୋହିତ ବର୍ମା, ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବରଙ୍କ ସମେତ ଅନ୍ୟାନ ଅଧିକାରୀ ଉପସ୍ଥିତ ଥିଲେ। 





Post a Comment

Previous Post Next Post