//BREAKING//
Loading...

କୋଟପାଡ଼ରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ


ଦେଶଦୁନିଆ ଖବର24 :
କୋରାପୁଟ : ଆଜି କୋରାପୁଟ ଜିଲ୍ଲା କୋଟପାଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ସେପ୍ଟେମ୍ବର ୮ ତାରିଖ ଓଡିଶାର ମହାମହିମ ରାଜ୍ୟ ପାଳଙ୍କ କୋରାପୁଟ ଜିଲ୍ଲା ଗସ୍ତ ଥିବା ଯୋଗୁଁ ଜିଲ୍ଲାପାଳ ଉପସ୍ଥିତ ନଥିବା ଦେଖାଯାଇଥିଲା l କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ ଉପସ୍ଥିତ ରହି ସମସ୍ତ ଅଭିଯୋଗ ଶୁଣିଥିଲେ l ଆଜିର ଏହି ଜନଶୁଣାଣି ଶିବିରରେ ମୋଟ ୬୫ ଟି ଅଭିଯୋଗ ଉପସ୍ଥାପନା କରାଯାଇଥିବା ବେଳେ,ଏଥିରେ 50 ଗୋଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିଲା ବେଳେ ୧୫ ଗୋଟି ଗୋଷ୍ଠୀଗତ ଅଭିଯୋଗ ର ଶୁଣାଣୀ ହୋଇଥିଲା l ବିଶେଷକରି ଆଧାର କାର୍ଡ ସଂଶୋଧନରେ ଅସୁବିଧା ଓ ବିଳମ୍ବ ହେବା ଏବଂ ରାସନକାର୍ଡ ପଞ୍ଜିକରଣ ଓ ସଂଶୋଧନ ନେଇ ଅଭିଯୋଗ ହୋଇଥିବା ବେଳେ ସଙ୍ଗେ ସଙ୍ଗେ ପଦକ୍ଷେପ ନିଆଯାଇଥିଲା l ଏଥି ସହ ବହୁ ଗୁଡ଼ିଏ ରାସ୍ତା ଓ କଲଭର୍ଟ ଅଭିଯୋଗ ଗୁଡ଼ିକ ଶୁଣିବା ପରେ ଅତିରିକ୍ତ ଜିଲ୍ଲାପାଳ ସେହି ସମସ୍ୟା ଗୁଡିକ ସମାଧାନ କରିବା ନିମନ୍ତେ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରିଙ୍କୁ ପରାମର୍ଶ ଦେଇଥିଲେ l ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ସନ୍ଧ୍ୟା ସମରଥ, ତହସିଲଦାର ଟ୍ୱିଙ୍କିଲ ସେଠି, ଅତିରିକ୍ତ ତହସିଲଦାର ପର୍ଶୁରାମ ଭତରା,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କମଲେଶ ମହନ୍ତ, କୋଟପାଡ଼ ଥାନାଧିକାରୀ ପରମାନନ୍ଦ ସୁନାନୀ, ଏନଏସି ଅଧକ୍ଷ ଏମ. ଶଙ୍କର ରାଓ, ବ୍ଲକ ଅଧକ୍ଷା କମଳା ଭତରା, ବ୍ଲକ ଉପାଧକ୍ଷ ତପନ ପାଣିଗ୍ରାହୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀ ଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଓ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିବା ଜଣାଯାଇଛି l 




Post a Comment

Previous Post Next Post