//BREAKING//
Loading...

କୁନ୍ଦୁରା ବ୍ଲକ ସଦର ପଞ୍ଚାୟତ ରେ ଅଭିଯୋଗ ଶୁଣାଣୀ


ଦେଶଦୁନିଆ ଖବର24 : 
କୋରାପୁଟ : କୁନ୍ଦୁରା ବ୍ଲକ ସଦର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି l ବି ଡି ଓ ପି.ମନସ୍ମିତା ଅଧ୍ୟକ୍ଷତା କରି ୧୪ ଟି ଅଭିଯୋଗ ଶୁଣାଣୀ କରିଥିଲେ l ସେଥିରେ ଗୋଷ୍ଠୀ ଗତ ୧୦ ଓ ବ୍ୟକ୍ତିଗତ ୪ ଟି ରହିଥିଲା I ଗୋଷ୍ଠୀ ଗତରେ ଗାଁ ହୁଣ୍ଡି ମନ୍ଦିର ପାଚେରୀ ନିର୍ମାଣ, ଜିରା ଗୁଡ଼ାରେ ଶ୍ରେଣୀ ଶିକ୍ଷକ ନିଯୁକ୍ତି, କାଉଡିଆଗୁଡ଼ା ରାସ୍ତା ମରାମତି, ମଶାଣିକୁ ରାସ୍ତା ନିର୍ମାଣ ଓ ପରଜା ସାହିରେ ନୂତନ ନଳକୂପ ଖନନ, ଝିଲିଗାଁ ବିଦ୍ୟାଳୟରେ ପାଚେରୀ ନିର୍ମାଣ,ନୂଆଗୁଡ଼ା ମଝି ସାହିରେ ରାସ୍ତା ନିର୍ମାଣ ଆଦି ରହିଥିଲା ଓ ବ୍ୟକ୍ତିଗତରେ ବର୍ଦ୍ଧିତ ଭତ୍ତା ପ୍ରଦାନ, ଘରଡିହ ପଟ୍ଟା, ଡି ବି ଟି ପେନସନ୍ କୁ ପଞ୍ଚାୟତରେ ପ୍ରଦାନ କରିବା ଆଦି ରହିଥିଲା l ସମସ୍ତ ଅଭିଯୋଗ ଶୁଣିବା ପରେ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ବି ଡି ଓ l ଏଥିରେ ସରପଞ୍ଚ ଲବ ପରଜା,ସମିତି ସଭ୍ୟ ଦାମୋଦର ଗଣ୍ଡା,ସି ଡି ପି ଓ ଆରତୀ ମହାପାତ୍ର, ଜି ପି ଡି ଓ ଜଗତ ସିଂ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ନାଏବ ସରପଞ୍ଚ ଦୈମତି ସାନ୍ତା, ଏ ଇ ପ୍ରତିଭାରାଣୀ ପୋଢ଼, ସମସ୍ତ ବିଭାଗୀୟ ଅଧିକାରୀ, ୧୫ ଜଣ ୱାର୍ଡ଼ ସଭ୍ୟ ସଭ୍ୟା ଏବଂ ପଞ୍ଚାୟତବାସୀ ଉପସ୍ଥିତ ଥିଲେ l ପି ଇ ଓ ରବିନ୍ଦ୍ର ପୂଜାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏ ଡି ଇ ଓ ରୂପଧର ବାଙ୍କିଆ, ଯୋଗାଣ ସହାୟକ ସରୋଜ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ I

Post a Comment

Previous Post Next Post